ଭୁବନେଶ୍ବର,୩୧।୩ : ସୁନ୍ଦରପଦା ବିଏମସି ଏମସିସି ପ୍ଲାଣ୍ଟରେ ଅଘଟଣ। କାମ କରୁଥିବା ବେଳେ ସ୍ୱଚ୍ଛ କର୍ମୀଙ୍କ କଟିଗଲା ବାମ ହାତ। ଗୁରୁତର ମହିଳା ସ୍ବଚ୍ଛ କର୍ମୀ ଏମସ୍ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆହତ ମହିଳା ଜଣକ ହେଲେ ପୂଜା।
ସ୍ଥାନୀୟ 60ନମ୍ବର ୱାର୍ଡରେ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ସ୍ୱଚ୍ଛ କର୍ମୀ ପୂଜା କାମ କରୁଥିଲେ। ମେସିନ୍ ଭିତରେ ଅଳିଆ ଫସି ଯାଇଥିବାରୁ ହାତରେ ବାହାର କରୁଥିବା ବେଳେ କେହି ସ୍ଵିଚ ଅନ୍ କରି ଦେବାରୁ ପ୍ରେସର୍ କଟିଙ୍ଗ ମେସିନରେ ପୂଜାଙ୍କର ବାମ ହାତ କଟି ଯାଇଛି। ଆହତ ପୂଜାଙ୍କୁ ଏମ୍ସ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।