ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆମ ପୃଥିବୀର ଓଜନ କେତେ? ଯାହାକୁ ନେଇ ଦ୍ୱନ୍ଦ୍ୱରେ ବୈଜ୍ଞାନିକ

ନୂଆଦିଲ୍ଲୀ ୦୩/୦୪: ଆମ ପୃଥିବୀର ଓଜନ କେତେ? ଏହାକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ବିବାଦ ଲାଗିରହିଛି । ବାସ୍ତବରେ ପୃଥିବୀର ଓଜନ ତା’ର ମାଧ୍ୟାକର୍ଷଣ ଶକ୍ତି ଉପରେ ନିର୍ଭର କରେ । ଏହାର ଓଜନ ଲକ୍ଷାଧିକ କୋଟି କିଲୋଗ୍ରାମ୍‌ ହେବ । ନାସା ଅନୁସାରେ, ପୃଥିବୀର ଓଜନ ୫.୯୭୨୨ * ୧୦୨୪ କିଲୋଗ୍ରାମ୍‌ ହେବ । ଏହାକୁ ୧୩.୧ ସେପ୍ଟିଲିୟନ୍‌ ପାଉଣ୍ଡ୍‌ରେ ମଧ୍ୟ ମପାଯାଏ । 

ତେବେ ପୃଥିବୀର ଓଜନରେ ସର୍ବଦା ଟିକିଏ କମ୍‌-ବେଶୀ ହେଉଥାଏ । ପୃଥିବୀର ଓଜନରେ ଅନ୍ତର ହେବାର କାରଣ ହେଉଛି ମହାକାଶରୁ ଆସୁଥିବା ଧୂଳି ଓ ବାୟୁମଣ୍ଡଳରୁ ନିର୍ଗତ ଅନେକ ପ୍ରକାର ଗ୍ୟାସ୍‌ । କିନ୍ତୁ ଏହା ଦ୍ୱାରା ଅନେକ ଅରବ ବର୍ଷ ପର୍ଯ୍ୟନ୍ତ ଆମ ଗ୍ରହର ଓଜନ ଉପରେ ବହୁତ ବଡ଼ ଅନ୍ତର ହେବ ନାହିଁ । ସମଗ୍ର ବିଶ୍ୱର ଭୂବୈଜ୍ଞାନିକମାନେ ଆଜି ବି ପୃଥିବୀର ଓଜନକୁ ନେଇ ଏକମତ ନୁହନ୍ତି । କାରଣ ଏହାର ସଠିକ୍‌ ଓଜନର ତଥ୍ୟ କେହି ବି ଦେଇପାରି ନାହାନ୍ତି । 

ଆମେରିକାର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡସ୍‌ ଆଣ୍ଡ ଟେକ୍ନୋଲୋଜିର ମେଟ୍ରୋଲୋଜିଷ୍ଟ୍‌ ଷ୍ଟିଫେନ୍‌ ଶ୍ଲେମିଙ୍ଗର କହିଛନ୍ତି, ଏଥିରେ ନ୍ୟୁଟନ୍‌ଙ୍କ ଲ ଅଫ୍‌ ୟୁନିଭର୍ସାଲ ଗ୍ରାଭିଟେସନ୍‌ ଲାଗୁ ହୁଏ । ଅର୍ଥାତ୍‌ ପୃଥିବୀରେ ଥିବା ଯେଉଁ ବସ୍ତୁର ଓଜନ ଅଛି, ତା’ର ମାଧ୍ୟାକର୍ଷଣ ଶକ୍ତି ଅଛି । ଏଥିସହ ଦୁଇ ଭିନ୍ନ ଭିନ୍ନ ବସ୍ତୁ ମଧ୍ୟରେ ବି ଏହି ଶକ୍ତି ଥାଏ । ଏହି ଫର୍ମୁଲା ଦ୍ୱାରା ଦୁଇ ବସ୍ତୁ ମଧ୍ୟରେ ମାଧ୍ୟାକର୍ଷଣ ଶକ୍ତି ବାହାର କରାଯାଏ । ଏଥିରୁ ତା’ର ଓଜନ ବାହାର କରାଯାଏ । ଓଜନ ଜାଣିବା ପାଇଁ ଦୁଇ ବସ୍ତୁର ଦୂରତା ଓ ମାଧ୍ୟାକର୍ଷଣର ଗଣନା କରାଯାଏ । ଏହି ଫର୍ମୁଲା ଅନୁସାରେ ବୈଜ୍ଞାନିକମାନେ ପୃଥିବୀର ଓଜନ ଗଣନା କରିଛନ୍ତି । 

୧୭୯୭ ମସିହାରେ ପଦାର୍ଥ ବିଜ୍ଞାନୀ ହେନରୀ କ୍ୟାଭେଣ୍ଡିଶ୍‌ ଏ କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିଥିଲେ । ତାଙ୍କ ଅନୁସାରେ, ପୃଥିବୀର ଓଜନ ୧୩.୧ ସେପ୍ଟିଲିୟନ୍‌ ପାଉଣ୍ଡ । ଆଜି ବି କ୍ୟାଭେଣ୍ଡିଶ୍‌ଙ୍କ ଫର୍ମୁଲା ଅନୁସାରେ ପୃଥିବୀର ଓଜନ ମପାଯାଉଛି । ଏହା ସତ୍ତେ୍ୱ ବୈଜ୍ଞାନିକଙ୍କ ମଧ୍ୟରେ ପୃଥିବୀର ଓଜନକୁ ନେଇ ଅସହମତି ରହିଛି । ସଠିକ୍‌ ଓଜନ ଜଣା ନ ପଡ଼ିବା ପର୍ଯ୍ୟନ୍ତ ୫.୯୭୨୨ ଙ୍ଘ ୧୦୨୪ କିଲୋଗ୍ରାମ୍‌କୁ ହିଁ ପୃଥିବୀର ଅସଲ ଓଜନ ବୋଲି ଧରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.