ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରକ୍‌କୁ ଧକ୍କା ଦେଲା ସ୍କର୍ପିଓ, ୨ ମୃତ ୪ ଗୁରୁତର

ଭଦ୍ରକ, ୦୨/୦୪ : ରାସ୍ତା କଡ଼ରେ ଥିବା ଟ୍ରକ୍‌କୁ ଧକ୍କା ଦେଲା ସ୍କର୍ପିଓ। ୨ ମୃତ ୪ ଗୁରୁତର। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ନଳାଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପଶ୍ଚିମବଙ୍ଗର କେତେକ ଲୋକ ଏକ ସ୍କର୍ପିଓ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ । ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟରେ ସ୍କର୍ପିଓଟି ଏକ ଟ୍ରକ୍‌କୁ ପଛ ଆଡୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ମେଡିକାଲରେ ମୃତ ଘୋଷଣା କରାଯାଇଛି। ଏହି ସ୍କର୍ପିଓରେ ଥିବା ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ତେବେ ଦୁର୍ଘଟଣା ପରେ ଟ୍ରକ୍‌ଟି ଫେରାର ହୋଇଥିବା ସୂଚନା ମିଳିଛି । ମୃତକ ଓ ଗୁରୁତରଙ୍କର ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସ୍କର୍ପିଓ ଗାଡି ନମ୍ବରକୁ ଆଧାର କରି ମୃତକ ଓ ଗୁରୁତର ସମସ୍ତେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.