ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

କାଳବୈଶାଖୀରେ ଗଛ ପଡି ୭ ବଳଦଙ୍କ ମୃତ୍ୟୁ, ଏକାଧିକ ଆହତ

ରାଇକିଆ,୦୮/୦୬: ଗଛ ପଡି ୭ ବଳଦଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗଡ଼ ପଞ୍ଚାୟତର ନଣ୍ଡାବାଲି ଗ୍ରାମରେ ଘଟିଛି। କାଳବୈଶାଖୀ ଯୋଗୁଁ ଏକ ଗଛ ଉପୁଡି ପଡିବା ଫଳରେ ଗଛ ତଳେ ଚାପି ହୋଇ ୭ଟି ବଳଦଙ୍କ ଜୀବନ ଯାଇଛି।

ସୂଚନା ମୁତାବିକ, ଶୁକ୍ରବାର ଅପରାହ୍ନରେ ଏକ ଗାଈ ଗୋଠ ଗାଁ ନିକଟରେ ଚରୁଥିଲେ। ହଠାତ କାଳବୈଶାଖୀ ସହ ବର୍ଷା ପବନ ଆସିବାରୁ ସେମାନେ ନିକଟସ୍ଥ ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ପବନରେ ତେନ୍ତୁଳି ଗଛଟି ଉପୁଡି ପଡିଥିଲା। ଫଳରେ ଅନେକ ଗୋରୁ ଗଛ ତଳେ ଚାପି ହୋଇ ରହି ଯାଇଥିଲେ।  ଘଟଣା ସ୍ଥଳରେ ୭ଟି ବଳଦଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଆହତ ହୋଇଥିଲେ। ମୃତ ବଳଦମାନଙ୍କ ଭିତରେ ଭଗବାନ ପାତ୍ରଙ୍କ ଗୋଟିଏ, କୈଳାସ ମୁଖୀଙ୍କ  ଗୋଟିଏ, କୋରା ନାୟକଙ୍କ ଦୁଇଟି, ସୁରେନ୍ଦ୍ର ପାତ୍ରଙ୍କ ଗୋଟିଏ, ବିଜୟ ସେଠୀଙ୍କ ଗୋଟିଏ ଓ ସୁକୁର ନାୟକଙ୍କ ଏକ ଗୋଟିଏ ବଳଦ ରହିଛନ୍ତି। ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳକୁ ଯାଇ ବନବିଭାଗ, ପ୍ରାଣୀଧନ ବିଭାଗ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଖବର ଦେବାରୁ ସେମାନେ ପହଁଚି ଘଟଣାର ଯାଞ୍ଚ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.