ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍‌ସିଟି ରାଙ୍କିଙ୍ଗ୍‌ରେ ସୋଆ ବିଶ୍ୱବିଦ୍ୟାଳୟ ସ୍ଥାନିତ

ଭୁବନେଶ୍ୱର, ୦୮/୦୬ : କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥିରେ ଦେଶର ୪୬ଟି ଉଚ୍ଚଶିକ୍ଷାନୁଷ୍ଠାନ ରହିଛି । ଏଥିରେ ଓଡ଼ିଶାରୁ ଭୁବନେଶ୍ୱର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ରହିଛି । ଆଇଆଇଟି ଭୁବନେଶ୍ୱର ୯୫୧ରୁ ୧୦୦୦ ର‌୍ୟାଙ୍କ୍‌ ମଧ୍ୟରେ ରହିଛି । ସେହିପରି ଓଡ଼ିଶାର ଏକ ମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଏହି ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଛି । ସୋଆ ୧୨୦୧ରୁ ୧୪୦୦ ର‌୍ୟାଙ୍କ୍‌ ମଧ୍ୟରେ ରହିଛି । 

ସୂଚନାଯୋଗ୍ୟ, କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ ୨୦୨୫ ଏଡିସନ୍‌ରେ ରାଜ୍ୟର ଏହି ଦୁଇ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି । ୨୦୧୫ ଏଡିସନ୍‌ରେ ଦେଶର ୧୧ଟି ଶିକ୍ଷାନୁଷ୍ଠାନ ଏହି ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଥିଲେ । ତେବେ ୧୦ ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇ ଏବେ ୪୬ଟି ଶିକ୍ଷାନୁଷ୍ଠାନ କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଛନ୍ତି । ଏଥିରୁ ଦେଶର ୨ଟି ଆଇଆଇଟି ୧୫୦ ର‌୍ୟାଙ୍କ ମଧ୍ୟରେ ରହିଛନ୍ତି । ଆଇଆଇଟି ବମ୍ବେ ୧୧୮ର‌୍ୟାଙ୍କ ଓ ଆଇଆଇଟି ଦିଲ୍ଲୀ ୧୫୦ ର‌୍ୟାଙ୍କ୍‌ରେ ରହିଛି । ୨୧୧ ର‌୍ୟାଙ୍କ୍‌ରେ ରହିଛି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ଆଇଆଇଟି ଖଗଡ଼ପୁର ୨୨୨, ଆଇଆଇଟି ମାଦ୍ରାସ୍‌ ୨୨୭, ଆଇଆଇଟି କାନପୁର ୨୬୩, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୩୨୮, ଆଇଆଇଟି ରୁର୍‌କି ୩୩୫, ଆଇଆଇଟି ଗୌହାଟି ୩୪୪, ଆଇଆଇଟି ଇନ୍ଦୋର୍‌ ୪୭୭, ଆଇଆଇଟି ବାରାଣାସୀ ୫୩୧, ଜେଏନ୍‌ୟୁ ୫୮୦ ର‌୍ୟାଙ୍କରେ ରହିଛି । ୯୫୧ରୁ ୧୦୦୦ ର‌୍ୟାଙ୍କ ମଧ୍ୟରେ ରହିଛି ଆଇଆଇଟି ଭୁବନେଶ୍ୱର । ସେହିପରି ଓଡ଼ିଶାର ଏକ ମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଏହି କ୍ୟୁଏସ୍‌ ୱାଲ୍ଡ ୟୁନିଭର୍ସିଟି ର‌୍ୟାଙ୍କରେ ସ୍ଥାନ ପାଇଛି । ଏହା ୧୨୦୧ରୁ ୧୪୦୦ ର‌୍ୟାଙ୍କ ମଧ୍ୟରେ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.