ଭୁବନେଶ୍ଵର, ୦୯/୦୮ : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ୧୦ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ସ୍ଵତନ୍ତ୍ର ରିଲିଫ୍ କମିଶନର। ବିଶେଷ କରି ତଳିଆ ଅଞ୍ଚଳ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ସକାଳ ୮ଟା ସୁଦ୍ଧା ମୁଣ୍ଡଳୀ ଠାରେ ଏବେ ୫.୭୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ନରାଜ ଦେଇ ୨ ଲକ୍ଷ ୮୩ ହଜାର ୩୮୭ ଘନଫୁଟ ବନ୍ୟାଜଳ କାଠଯୋଡି ନଦୀରେ ପ୍ରବାହିତ ହେଉଛି।
ସୂଚନାନୁଯାୟୀ, ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ତିଗିରିଆ ବ୍ଲକର ଖଣ୍ଡହତା ଗାଁରୁ ସୋମପଡା ଗାଁକୁ ଯୋଗାଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି। ସେହିପରି ମହାନଦୀରେ ଦ୍ଵିତୀୟ ବନ୍ୟାପାଣି ଆସିବାରୁ ବାଙ୍କୀ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି। ତାଳବସ୍ତ-ବିଲିପଡ଼ା ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି। ହେକ୍ଟର ହେକ୍ଟ ଚାଷ ଜମି ଜଳମଗ୍ନ ହୋଇଛି। ଆଗକୁ ମହାନଦୀର ଜଳସ୍ତର ବଢିଲେ ଆଗକୁ ଅଧିକ ଅଞ୍ଚଳ ଜଳବନ୍ଦୀ ହେବାର ଆଶଙ୍କା ରହିଛି।