ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁପ୍ରିମକୋର୍ଟରୁ କେଜ୍ରିୱାଲଙ୍କୁ ଝଟକା, ଅନ୍ତରୀଣ ଜାମିନ ବୃଦ୍ଧି ଆବେଦନକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୮/୫:ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ର୍ରିୱାଲଙ୍କୁ ଝଟକା। ଜାମିନ ଅବଧି ବୃଦ୍ଧି କରିବା ପାଇଁ କେଜ୍ରିୱାଲ କରିଥିବା ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।  ଏତିକି ନୁହେଁ ସୁପ୍ରିମକୋର୍ଟ ବିଳମ୍ବ ଆବେଦନ କରିବାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ, ୧୭ ମେରେ ମୁଖ୍ୟ ମାମଲାରେ ଆଦେଶକୁ ସୁରକ୍ଷିତ ରଖାଯାଇଛି । ସେହି ସୁପ୍ରିମକୋର୍ଟର ଜଣେ ସଦସ୍ୟ ବିଚାରପତି ଗତ ସପ୍ତାହରେ ଅବକାଶକାଳୀନ ବେଞ୍ଚରେ ଥିଲେ । ଆପଣ ସେତେବେଳେ କାହିଁକି ଆବେଦନ କରିଲେ ନାହିଁ । ଜଷ୍ଟିସ ଜେକେ ମହେଶ୍ବରୀ  ଜଷ୍ଟିସ କେ.ବି ବିଶ୍ବନାଥନ କେଜ୍ରିଓ୍ବାଲଙ୍କ ଓକିଲ ଅଭିଷେକ ମନୁଙ୍କୁ ତତ୍କାଳ ଶୁଣାଣୀର ଅନୁରୋଧକୁ ବିଚାର କରିବା ପାଇଁ ମନା କରିଦେଇଛନ୍ତି । 

ତେବେ ଗତ କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଥିଲେ । ଯାହାର ସମୟ ସୀମା ୧ ଜୁନରେ ଶେଷ ହେବାକୁ ଯାଉଛି । ଆଉ ତାଙ୍କୁ ଜୁନ ୨ ତାରିଖରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏନେଇ ଯଥାଶୀଘ୍ର ତାଙ୍କ ଓକିଲ ମାମଲାର ଶୁଣାଣୀ ପାଇଁ ଅନୁରୋଧ କରିଥିଲେ । ହେଲେ ମାମଲାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ନିକଟକୁ ପଠାଯାଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.