ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ମାମଲା: ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ୨ ସପ୍ତାହରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୩: ସୁପ୍ରିମକୋର୍ଟ ବାବା ରାମଦେବ ଓ ଆଚାର୍ଯ୍ୟ ବାଲ୍‌କୃଷ୍ଣଙ୍କୁ ଅବମାନନା ନୋଟିସ୍ ଜାରି କରି ଦୁଇ ସପ୍ତାହ ପରେ କୋର୍ଟରେ ହାଜର ହେବାର ନିର୍ଦେଶ ଦେଇଛନ୍ତି। କୋର୍ଟ ପତଞ୍ଜଳି ଆର୍ୟୁବେଦର କଥିତ ଭ୍ରମାତ୍ମକ ବିଜ୍ଞାପନକୁ ନେଇ ଏହି ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ଯୋଗଗୁରୁ ରାମଦେବଙ୍କୁ ନୋଟିସ୍ ଜାରି କରି କୋର୍ଟ ଡକାଇଥିଲେ। କୋର୍ଟ ତିନି ସପ୍ତାହ ଭିତରେ ପତଞ୍ଜଳି ଆର୍ୟୁବେଦର ମ୍ୟାନେଜିଂ ଡାଇରେକ୍ଟର ବାଲକୃଷ୍ଣ  ଓ ଯୋଗଗୁରୁ ରାମଦେବଙ୍କୁ ଜବାବ୍ ମାଗିଥିଲେ। ଏହାଛଡା ସୁପ୍ରିମକୋର୍ଟ ସଂସ୍ଥାର ବିଜ୍ଞାପନ ପ୍ରକାଶ କରିବା ଉପରେ ମଧ୍ୟ କଟକଣା ଲଗାଇ ଦେଇଥିଲେ। 

ଉଲ୍ଲେଖନୀୟ ଯେ, ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ସୁପ୍ରିମକୋର୍ଟରେ ଆବେଦନ କରି କହିଥିଲେ, ପତଞ୍ଜଳି ଆର୍ୟୁବେଦର ବିଜ୍ଞାପନ ମିଛ ଓ ଭ୍ରମାତ୍ମକ। ଡାକ୍ତରଙ୍କ ସଂଗଠନ ଅଭିଯୋଗ କରିଛନ୍ତି,  ରାମଦେବ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତରଙ୍କ ବିରୋଧରେ ଅପପ୍ରଚାର କରିଛନ୍ତି। ଏହାଛଡା କୋର୍ଟଙ୍କ ରୋକ ପରେ ମଧ୍ୟ ସେ ବିଜ୍ଞାପନ ପ୍ରକାଶିତ କରିଥିଲେ। କୋର୍ଟ କହିଛନ୍ତି ନିର୍ଦେଶ ପରେ ବିଜ୍ଞାପନ ପ୍ରକାଶିତ ହେଉଛି, ଯେଉଁଥିରେ କୁହାଯାଉଛି କେମିକାଲ ଆଧାରିତ ଔଷଧଠାରୁ ଭଲ ହେଉଛି ପତଞ୍ଜଳି। ଏଭଳି ସ୍ଥିତିରେ ପତଞ୍ଜଳି ଲଗାତାର କୋର୍ଟ ନିର୍ଦେଶର ଉଲଂଘନ କରୁଛି।

ଉଲ୍ଲେଖନୀୟ ଯେ, ପତଞ୍ଜଳି ଆର୍ୟୁବେଦ କୋର୍ଟକୁ ଅଣ୍ଡରଟେକିଂ ଦେଇଥିଲା ଓ ଏହାପରେ ବିଜ୍ଞାପନ ଛାପିଥିଲା। ଏଭଳି ସ୍ଥିତିରେ ଜଷ୍ଟିସ୍‌ ହିମା କୋହଲି ଓ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି ରାମଦେବ ଓ ଏମ୍‌ଡି ବାଲକୃଷ୍ଣଙ୍କୁ ଜବାବ ମାଗିଥିଲେ । ଜବାବ ନମିଳିବା ପରେ କୋର୍ଟ ହାଜର ହେବାର ନିର୍ଦେଶ ଦେଇଛନ୍ତି ଓ ଅବମାନନା ନୋଟିସ୍ ମଧ୍ୟ ଦେଇଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.