ନୂଆଦିଲ୍ଲୀ,୦୧/୦୯: ଦେଶରେ ଖରିଫ ଫସଲ ବୁଣାଯାଇଥିବା ପ୍ରମୁଖ କ୍ଷେତ୍ର ଗୁଡ଼ିକ ୧ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଗତବର୍ଷ ତୁଳନାରେ ୪.୬୦ ଲକ୍ଷ ହେକ୍ଟର ବୃଦ୍ଧି ହୋଇଛି। କୃଷି ମନ୍ତ୍ରାଳୟ ପକ୍ଷରୁ ଜାରି ସଦ୍ୟତମ ରିପୋର୍ଟ ମୁତାବକ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଖରିଫ ଫସଲ ବୁଣାଯାଇଥିବା ମୋଟ କ୍ଷେତ୍ରଫଳ ୧୦୭୭.୮୨ ଲକ୍ଷ ହେକ୍ଟରରେ ପହଞ୍ଚିଛି। ଯାହାକି ଗତବର୍ଷ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଖରିପ ଫସଲ ବୁଣାଯାଇଥିବା ମୋଟ କ୍ଷେତ୍ରଫଳ ୧୦୭୩.୨୨ ଲକ୍ଷ ହେକ୍ଟର ରେକର୍ଡ କରାଯାଇଥିଲା।
କୃଷି ମନ୍ତ୍ରାଳୟ ମୁତାବକ ଧାନ ଏ ବର୍ଷ ୧୮ ଅଗଷ୍ଟ ପର୍ଯ୍ୟନ୍ତ ୩୯୮.୦୮ଲକ୍ଷ ହେକ୍ଟର ବୁଣା ସରିଛି, ଯାହାକି ଗତ ବର୍ଷ ୩୮୩.୭୯ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇଥିଲା। ଅର୍ଥାତ୍ ଚଳିତ ବର୍ଷର ଧାନ ବୁଣା ଗତ ବର୍ଷ ତୁଳନାରେ ୧୪.୩୦ ଲକ୍ଷ ହେକ୍ଟର ଅଧିକ ହୋଇଛି।
ସୂଚନାଥାଉକି ଡାଲି ଫସଲ ବୁଣିବା ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ହ୍ରାସ ପାଇଛି। ସରକାରୀ ଆକଳନ ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଡାଲିର ମୋଟ ବିହନ ୧୧୯.୦୯ ଲକ୍ଷ ହେକ୍ଟର ହୋଇଥିବାବେଳେ ଗତ ବର୍ଷ ଆଜି ପର୍ଯ୍ୟନ୍ତ ମୋଟ ଡାଲି ବୁଣା ୧୩୦.୧୩ ଲକ୍ଷ ହେକ୍ଟର ଥିଲା। ଅର୍ଥାତ୍ ପୂର୍ବ ବର୍ଷ ତୁଳନାରେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଡାଲି ବୁଣା କ୍ଷେତ୍ର ୧୧.୦୪ ଲକ୍ଷ ହେକ୍ଟର ହ୍ରାସ ପାଇଛି।
You can also read: