ନୂଆଦିଲ୍ଲୀ,୪।୮: ବ୍ରିଟିସ୍ ମ୍ୟୁଜିୟମରୁ ମିଳିଛି ପ୍ରାଚୀନ ସଭ୍ୟତାର ଅବଶେଷ। ଏହା ସହ ସାରା ଦୁନିଆର କଳାକୃତ୍ତିର ଏକ ବିଶାଳ ସଂଗ୍ରହ। ୟୁଟ୍ୟୁବ୍ରେ ନିକଟରେ ପୋଷ୍ଟ କରାଯାଇଥିବା ଭିଡିଓରେ ମ୍ୟୁଜିୟମ୍ରେ ଥିବା ଦୁନିଆର ସବୁଠାରୁ ପୁରୁଣା ନକ୍ସାକୁ ଦେଖିବାକୁ ମିଳିଛି। ମ୍ୟୁଜିୟମର ମଧ୍ୟ ପୂର୍ବ ବିଭାଗରେ ଥିବା ଭାଷା ବିଜ୍ଞାନୀ ଓ କ୍ୟୁରେଟର ଇରାଭିଙ୍ଗ ଫିକେଲ କହିଛନ୍ତି, ଏହା ବେବି ଲୋନ୍ ସଭ୍ୟତାର ମାନଚିତ୍ର।
ଏହା ହେଉଛି ଏପର୍ଯ୍ୟନ୍ତ ସାରା ବିଶ୍ବରେ ଥିବା ସବୁଠାରୁ ପୁରୁଣା ମାନଚିତ୍ର। ତାହା ପ୍ରାୟ ୩୦୦୦ ବର୍ଷ ପୂର୍ବରୁ ମେସୋପୋଟାମିୟର ମାଟିରେ ତିଆରି କରାଯାଇଛି। ବହୁ ଭାଗରେ ଏହି ମାନଚିତ୍ର ଆମ ପାଖରେ ରହିଛି, ତାହା ପୁଣି ଅସମ୍ପୂର୍ଣ୍ଣ। ମୁଁ ଓ ମୋର ଛାତ୍ର ଏଡିଥ୍ ହର୍ସଲେ ମାନଚିତ୍ରର ଏକ ହଜିଯାଇଥିବା ଖଣ୍ଡକୁ ଖୋଜି ବାହାର କରିଥିଲୁ, କିନ୍ତୁ ଏବେ ବି ତାହାର ସମ୍ପୂର୍ଣ୍ଣ ହୋଇପାରିନି। ସୋସିଆଲ ମିଡିଆରେ ଏହି ମାନଚିତ୍ରର ଫଟୋ ଖୁବ୍ ଭାଇରାଲ ହେଉଛି। ୟୁଜରମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ବହୁଲୋକ ଏହା ଉପରେ ହସିବାର ଇମୋଜି ଦେଇଛନ୍ତି।ଜଣେ ୟୁଜର ମଜାଳିଆ ଅନ୍ଦାଜରେ କହିଛନ୍ତି, ବିସ୍କୁଟ ଭଳି ଖାଇଯିବାକୁ ଇଛା ହେଉଛି।’