ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାକି ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗେଇଲା ଗ୍ରାହକ

ଖୋର୍ଦ୍ଧା,୨୪।୪: ବାକି ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗେଇ  ଜାଳିଦେଲା ଗ୍ରାହକ।  ଏପରି ଘଟଣା ଖୋର୍ଦ୍ଧା ନିକଟସ୍ଥ  ମହୁଲ ଗ୍ରାମର ବଜାରରେ ଘଟିଛି। ନିଆଁ ଲଗାଇଥିବା ଗ୍ରାହକଙ୍କୁ ଲୋକମାନେ କାବୁ କରି ପୋଲିସ ଜିମା ଦେଇଛନ୍ତି। 

 ଖୋର୍ଦ୍ଧା ନିକଟସ୍ଥ  ମଧୁପୁର ଗ୍ରାମର   ସଦା ସ୍ୱାଇଁ ମହୁଲ ଗ୍ରାମର ବଜାରରେ ଥିବା  ବୃନ୍ଦାବନ ସାହୁଙ୍କ ଦୋକାନରୁ ୧୨୫ ଟଙ୍କାର ସଉଦା ବାକି ନେଇଥିଲା। ତାକୁ ବାକି ଟଙ୍କା ମାଗିବାରୁ ସଂଧ୍ୟାରେ ତୁମ ଦୋକାନ ପୋଡ଼ି ଦେବି ବୋଲି ଦୋକାନୀଙ୍କୁ ଧମକ ଦେଇଥିଲା। ସତକୁ ସତ ରାତି ୧୧ଟା ୪୫ ରେ ଆସି ବୃନ୍ଦାବନ ସାହୁଙ୍କ ଗ୍ରୋସରୀ ଦୋକାନ ରେ ନିଆଁ ଲଗାଇଦେଇଥିଲା ସଦା ସ୍ବାଇଁ । ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଖବର ପାଇଁ ନିଆଁକୁ ଆୟତ୍ତ କରିଥିଲେ। ଲକ୍ଷାଧିକ ଟଙ୍କାର ଗ୍ରୋସରୀ ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।  ଆଜି ସକାଳେ ସଦା ଦୌଡ଼ି ପଳାଇ ଯାଉଥିବା ସମୟ ରେ ଗ୍ରାମବାସୀ ଙ୍କ ହାତରେ ଧରା ପଡ଼ି ଯାଇ ଥିଲା। ମେଣ୍ଢାଶାଳ ଫାଣ୍ଡି ଅଧିକାରୀ ଖବର ପାଇ ଆସି ମଧୁପୁର ଗ୍ରାମରୁ ସଦାକୁ ଉଠାଇ ନେଇଛି।   ପୋଲିସ ସଦାଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି।

ଆହୁରି ପଢନ୍ତୁ : ଭୁବନେଶ୍ବର ଉତ୍ତପ୍ତ ସହର, ପାରଦ ଡେଇଁଲା ୪୩ ଡିଗ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.