ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫିଟ୍‌ ରହିବା ପାଇଁ ଜିମ୍‌ ଜରୁରି ନୁହେଁ, ଏପରି ରଖନ୍ତୁ ନିଜକୁ ଫିଟ୍‌

ଭୁବନେଶ୍ୱର ୨୪/୦୫: ସୁସ୍ଥ ରହିବା ପାଇଁ ଶାରିରୀକ ଭାବେ ସକ୍ରିୟ ରହିବା ଜରୁରି । ପ୍ରାୟଲୋକ ନିଜକୁ ସକ୍ରିୟ ରଖିବା ପାଇଁ ସମୟ ବାହାର କରିପାରି ନଥାନ୍ତି । କାର୍ଯ୍ୟବ୍ୟସ୍ତତା ଯୋଗୁ ନିଜସ୍ୱାସ୍ଥ୍ୟକୁ ସେତେଟା ଧ୍ୟାନ ଦେଇନଥାନ୍ତି । କିନ୍ତୁ ଜାଣନ୍ତି କି ନିୟମିତ ଜୀବନରେ କିଛିଟା ପରିବର୍ତ୍ତନ ଆଣି ଆପଣ ସକ୍ରିୟ ରହିପାରିବେ । ଚାଲନ୍ତୁ ଦେଖିବା ଜିମ୍‌କୁ ନଯାଇ ମଧ୍ୟ କିପରି ଫିଟ୍‌ ରହିପାରିବେ । ଶାରିରୀକ ସକ୍ରିୟତା ଅଭାବରୁ ବିଭିନ୍ନ ରୋଗ ଯେପରିକି ହାଇପର୍‌ ଟେନସନ୍‌,ହୃଦୟ ସମ୍ବନ୍ଧୀୟ ରୋଗ ଆଦି ହୋଇଥାଏ । 

କାମ ମଝିରେ ବ୍ରେକ୍‌ :

ଯଦି ସାରାଦିନ ଗୋଟିଏ ଜାଗାରେ ବସି କାମ କରୁଥାନ୍ତି, ତେବେ ୩୦ରୁ ୬୦ମିନିଟ୍‌ ଭିତରେ କିଛି ସମୟ ପାଇଁ ବ୍ରେକ୍‌ ନିଅନ୍ତୁ । ଏହି ସମୟରେ ସାରା ଶରୀରକୁ ହାଲ୍‌କା ଷ୍ଟ୍ରେଚ୍‌ କରନ୍ତୁ । ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ । ଏଥିପାଇଁ ମୋବାଇଲ୍‌ରେ ଟାଇମ୍‌ ସେଟ୍‌ କରିପାରିବେ । କାମ ମଝିରେ ବ୍ରେକ୍‌ ପାଇଁ ସଚେତନ ରହିପାରିବେ । 

ସିଢିର ବ୍ୟବହାର :

ସିଢି ଚଢିବା ବ୍ୟାୟାମର ଏକ ଭଲ ବିକଳ୍ପ । ଘରେ ହେଉ ଅବା ଅଫିସ୍‌ରେ ଯଥାସମ୍ଭବ ସିଢିର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । 

ନିଜକୁ ସକ୍ରିୟ ରଖିବାର ଇଚ୍ଛା :

ପ୍ରତ୍ୟେକ ମଣିଷର କିଛି ପସନ୍ଦ ରହିଥାଏ । ନିଜକୁ ସକ୍ରିୟ ରଖିବାକୁ ମଧ୍ୟ ଏହି ପସନ୍ଦରେ ସାମିଲ୍‌ କରିପାରିବେ । ସାଙ୍ଗ କିମ୍ବା ପିଲାଙ୍କ ସହ ଖେଳିବା, ନାଚ କରିବା ଓ ପରିବାର ସହ ପାର୍କରେ ବୁଲିବା ଆଦି । ମନ ଭିତରେ ଏପରି ଇଚ୍ଛାକୁ ଜାଗ୍ରତ ରଖିବା ସହ ସକ୍ରିୟ ରୁହନ୍ତୁ । 

ଘରକାମ ନିଜେ କରନ୍ତୁ :

ନିଜଘର କାମ ନିଜେ କରିବାକୁ ପ୍ରୟାସ କରନ୍ତୁ । ଏହାଦ୍ୱାରା ମାଂସପେଶୀ ସକ୍ରିୟ ରହିବ । ପ୍ରତ୍ୟେକ କାମ ପାଇଁ ଗାଡ଼ିର ବ୍ୟବହାର ପରିବର୍ତ୍ତେ କେବେ କେବେ ଆଖପାଖକୁ ଚାଲିକରି ଯାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.