ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଡାକ୍ତରଙ୍କ ମହନୀୟତା, ଉଛୁଳା ନଈରେ ଜୀବନକୁ ବାଜି ଲଗାଇ ଗାଁରେ ପହଞ୍ଚି ଡାକ୍ତର କରୁଛନ୍ତି ରୋଗୀ ସେବା

ମାଲକାନଗିରି, ୧୩/୯ : ରୋଗୀଙ୍କ ପାଇଁ ଡାକ୍ତର ସାଧରଣତ ଭଗବାନ ସଦୃଶ୍ୟ ହୋଇଥାନ୍ତି । ତାହା ପ୍ରମାଣିତ କରି ଦେଖାଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଜଣେ ଯୁବ ଡାକ୍ତର । ଏହି  ଡାକ୍ତରଙ୍କ ମହନୀୟତା ଗୁଣ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି। ସେ ଡାକ୍ତର ଉଛୁଳା ନଈରେ ଜୀବନକୁ ବାଜି ଲଗାଇ ପହଁରି ପହଁରି ଦୁର୍ଗମ ଗାଁରେ  କରୁଛନ୍ତି ରୋଗୀ ସେବା।

ଭରା ନଈ ପାର ହୋଇ ରୋଗୀ ସେବା କରିଛନ୍ତି ମାଥିଲି ବ୍ଲକ କିଆଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ଅନନ୍ତ ଡାର୍ଲି ଓ ତାଙ୍କ ସହଯୋଗୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁଜିତ ପୂଜାରୀ । ଗତ କିଛିଦିନ ହେବ ମାଥିଲି ବ୍ଲକସ୍ଥ ତୁଳସୀ, ବାରା, ମହୁପଦର ଅଂଚଳରେ ଡାଇରିଆ ବ୍ୟାପୁଥିବାବେଳେ କର୍ତ୍ତନପାଲ୍ଲୀ ପଂଚାୟତ ଅଧିନସ୍ଥ ବାରା ଗାଁରେ ସର୍ବାଧିକ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଲଗାଣ ବର୍ଷା ଯୋଗୁଁ ନଈର ସ୍ରୋତ ପ୍ରଖର ହୋଇଯାଇଥିବା ଯୋଗୁଁ କିଛି ଆକ୍ରାନ୍ତ ମେଡ଼ିକାଲ ଆସି ପାରୁନଥିଲେ । 

ତେଣୁ ବାଧ୍ୟ ହୋଇ ଭରା ନଈ ପାର ହୋଇ ରୋଗୀ ସେବା କରିଛନ୍ତି ଡାକ୍ତର ଅନନ୍ତ ଡାର୍ଲି । ଯାହା ପାଇଁ ସାଧାରଣରେ ବେଶ ପ୍ରଶଂସାର ପାତ୍ର ପାଲଟିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ । ଉକ୍ତ ଦୁଇ ଜଣ କିଆଙ୍ଗ ଡାକ୍ତରଖାନାରେ କାର୍ଯ୍ୟରତ ଥିବାବେଳେ ଉକ୍ତ ଅଞ୍ଚଳର ଅଧିକାଂଶ ନଦୀ ନାଳ ଗୁଡିକରେ ଲଗାଣ ବର୍ଷା ଯୋଗୁଁ ପାଣି ବଢିଯାଇଥିଲା । ରୋଗୀ ସେବା ପାଇଁ ଉଭୟ ଭରା ନଈରେ ପହଁରି ପହଁରି ପାରି ହୋଇ ଗାଁରେ ପହଁଚି ରୋଗୀଙ୍କ ସ୍ୱାସ୍ଥ୍ୟ ସେବାରେ ଲାଗିଥିବା ଦେଖିବାକୁ ମିଳିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.