ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ଯାତ୍ରୀବାହି ଅଟୋ, ଦୁଇ ମହିଳାଙ୍କ ସହ ୩ଯାତ୍ରୀ ଗୁରୁତର

ଫିରିଙ୍ଗିଆ,୩୦/୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଆଟା ଶ୍ରାମ୍ବୁ ଗାଁ ନିକଟରେ ମଙ୍ଗଳବାର ସକାଳୁ ଏକ ଯାତ୍ରୀବାହି ଅଟୋ ରାସ୍ତାକଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହେବା ଫଳରେ ଅଟୋରେ ବସିଥିବା ୫ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ଜଣେ ବୃଦ୍ଧ ଗୁରତର ଆହତ ହୋଇଥିବା ଜଣାପଡ଼ିଛି I 

ସୂଚନା ଅନୁସାରେ, ମଙ୍ଗଳବାର ସକାଳୁ ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ଗାଁର କିଛି ଲୋକ ଏକ ଅଟୋରେ ଫିରିଙ୍ଗିଆ ବ୍ଲକ ଲାବୃଡି ଗାଁକୁ ଏକ ମୃତାହ କାମରେ ଯୋଗଦେବା ପାଇଁ ଯାଉଥିବା ସମୟରେ ଫିରିଙ୍ଗିଆ ଗୋଛାପଡା ମୁଖ୍ୟ ରାସ୍ତାର ଆଟାଶ୍ରାମ୍ବୁ ଗାଁ ନିକଟରେ ଅଟୋ ଆଗକୁ ଏକ କୁକୁର ଦୌଡ଼ି ପଳାଇ ଆସିଥିଲା I କୁକୁରକୁ ବଞ୍ଚାଇବାକୁ ଯାଇ ଅଟୋଟି ରାସ୍ତାକଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇଥିଲା I 

ଯାହାଫଳରେ ଅଟୋରେ ବସିଥିବା ୫ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ମହିଳାଯାତ୍ରୀଙ୍କ ସହ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିଲେ I ଖବରପାଇ ଘଟଣାସ୍ଥଳରେ ଫିରିଙ୍ଗିଆ ଅଗ୍ନିଶମବାହିନୀ ପହଂଚି ଆହତମାନଙ୍କୁ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I ପରେ ଗୁରୁତର ଆହତ ହୋଇଥିବା ଯାତ୍ରୀମାନଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଫିରିଙ୍ଗିଆ ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା I ଅନ୍ୟପଟେ ଗୁରୁତର ହୋଇଥିବା ଯାତ୍ରୀମାନେ ବନ୍ଧଗଡ଼ ଗାଁର ମଲିଫୁଲ ଡିଗାଲ, ଲିସମା ଡିଗାଲ ଓ ପତି ଡିଗାଲ ବୋଲି ଜଣାପଡିଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.