ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ

କଟକ, ୩୦।୪: ଏପ୍ରିଲ୍‌ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆକଳନ କରାଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଏହି ସମୟସୀମା ମଧ୍ୟରେ ଏବେ ଫଳ ପ୍ରକାଶ ପାଇବାର ସମ୍ଭାବନା କ୍ଷୀଣ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇ ଟାବୁଲେସନ୍‌ ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ଡିଜିଟାଲ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତି କାର୍ଯ୍ୟ ଏବେ ଚାଲିଛି । ଏହି କାର୍ଯ୍ୟ ଶେଷ ହେବା ପାଇଁ ପ୍ରାୟ ଆଉ ଏକ ସପ୍ତାହ ସମୟ ଲାଗିଯିବ । ଏହି ଡିଜିଟାଲ୍‌ ସାର୍ଟିଫିକେଟରେ ଯେମିତି କିଛି ତ୍ରୁଟି ନ ରହିବ ସେଥିପାଇଁ ବୋର୍ଡ ପକ୍ଷରୁ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ସମ୍ପାଦକ ମଞ୍ଜୁଲତା ମଲ୍ଲିକଙ୍କ ସମେତ ଅନ୍ୟ ଅଧିକାରୀମାନେ ଡିଜିଟାଲ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତି  କାର୍ଯ୍ୟର ସମୀକ୍ଷା କରିଥିଲେ । 

ମାଟ୍ରିକ୍‌ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷାର ଡିଜିଟାଲ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଚାଲିଥିବା ସୂଚନା ମିଳିଛି । ମୂଲ୍ୟାୟନ ସମୟରେ ପ୍ରଥମେ ଶିକ୍ଷକ ଏବଂ ପରେ ବୋର୍ଡ କର୍ମଚାରୀମାନଙ୍କ ନିର୍ବାଚନୀ ତାଲିମ କାର୍ଯ୍ୟ ଚାଲିଥିଲା । ଅସହ୍ୟ ତାତି ଯୋଗୁଁ ଟାବୁଲେସନ୍‌ କାର୍ଯ୍ୟ ପାଇଁ ଆଉ କିଛି ଦିନ ଅଧିକ ସମୟ ଲାଗିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି । ବୋର୍ଡର ୩/୪ ଜଣ ଅଫିସରଙ୍କୁ ଛାଡ଼ିଦେଲେ ବାକି ପ୍ରାୟ ସମସ୍ତ କର୍ମଚାରୀ ଯଥା ଶହେ ଜଣଙ୍କର ଏଥର ନିର୍ବାଚନ ଡ୍ୟୁଟି ପଡ଼ିଛି । ମତଦାନ ପରିଚାଳନାରେ ନିୟୋଜିତ କର୍ମଚାରୀମାନେ ନିକଟରେ ତାଲିମ୍‌ କାର୍ଯ୍ୟରେ ରହିଯିବାରୁ ଟାବୁଲେସନ୍‌ ପ୍ରକ୍ରିୟାରେ କିଛି ଦିନ ବିଳମ୍ବ ହୋଇଥିଲା । କର୍ମଚାରୀ ଅଭାବ ଯୋଗୁଁ ଠିକାରେ ନିଯୁକ୍ତ କିଛି ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଡିଜିଟାଲ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । 

ସୂଚନାଯୋଗ୍ୟ କି, ଗତ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ସହ ମଧ୍ୟମା ଏବଂ ଏସ୍‌ଓଏସ୍‌ସି ପରୀକ୍ଷା ହୋଇଥିଲା । ରାଜ୍ୟରେ ୫ ଲକ୍ଷରୁ ଅଧିକ ମାଟ୍ରିକ୍‌ ପରୀକ୍ଷାର୍ଥୀ ୩ ହଜାର ୧୫୩ଟି କେନ୍ଦ୍ରରେ ଏଥର ପରୀକ୍ଷା ଦେଇଥିଲେ । ସୂଚନା ଅନୁଯାୟୀ ଗତବର୍ଷ ମାଟ୍ରିକ୍‌ ପରୀକ୍ଷା ଫଳ ମେ ୧୮ ତାରିଖରେ ପ୍ରକାଶ ପାଇଥିଲା । ତେବେ ଚଳିତ ବର୍ଷ ନିର୍ବାଚନୀ ତାଲିମ୍‌, ସାର୍ଟିଫିକେଟ୍‌ରେ ନିର୍ଭୁଲ୍‌ ତଥ୍ୟ, ଡିଜିଟାଲ୍‌ ସାର୍ଟଫିକେଟ୍‌ ଆଦି କେତେକ ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ସୁଦ୍ଧା ଗତବର୍ଷ ଯେଉଁ ସମୟରେ ଫଳ ପ୍ରକାଶ ପାଇଥିଲା ଚଳିତ ବର୍ଷ ଉକ୍ତ ସମୟ ସୀମା ମଧ୍ୟରେ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ବୋଲି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.