ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, କାଉଣ୍ଟିଙ୍ଗ ସେଣ୍ଟରକୁ ମୋବାଇଲ ମନା

ଭୁବନେଶ୍ବର,୩।୬: ମଙ୍ଗଳବାର  ଭୋଟ ଗଣତି ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଓଡିଶା ପୋଲିସ । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପୋଲିସ। ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଁଟିଙ୍ଗ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟ୍ରଙ୍ଗ ରୁମରେ CAPF ମୁତୟନ ହୋଇଥିବା ବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକ ଧାରୀ ପୋଲିସ ଓ ବାହାରେ ଜିଲ୍ଲା ପୋଲିସ ମୁତୟନ ହେବେ। ଏଥିପାଇଁ ୧୧୫ଟି କେନ୍ଦ୍ରୀୟ କମ୍ପାନୀ ଷ୍ଟ୍ରଙ୍ଗ ରୁମ ରେ ମୁତୟନ ରହିବେ। ଏହାସହ ୨୧୮ ପ୍ଲାଟୁନ ପୋଲିସ ଫୋର୍ସ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ। ଏହା ସହ ଆବଶ୍ୟକ ପଡିଲେ CAPF ମଧ୍ୟ ଆଇନ ଶୃଙ୍ଖଳା ଉପରେ ନଜର ରଖିବେ।

 ସେହିପରି ଷ୍ଟ୍ରଙ୍ଗ ରୁମକୁ କେବଳ ପାସ ଥିବା କର୍ମଚାରୀ ଭିତରକୁ ଯାଇ ପାରିବେ। ଗଣମାଧ୍ୟମ ପାଇଁ ମଧ୍ୟ ପାସ ବ୍ୟବସ୍ଥା କରାଯାଇଛି। କାଉଣ୍ଟିଙ୍ଗ ସେଣ୍ଟରକୁ ମୋବାଇଲ ନେବା ଉପରେ କଟକଣା ରହିଛି। କେବଳ ଯେଉଁ ଅଧିକାରୀଙ୍କୁ ଅନୁମତି ଦିଆଯାଇଛି ସେମାନେ ମୋବାଇଲ ଫୋନ ନେଇ ପାରିବେ। କାଉଟିଙ୍ଗ ସେଣ୍ଟରକୁ ଦୁଇଟି ବ୍ୟାରିକେଟରେ କରାଯାଇଛି। ସାଧା ପୋଷାକ ଧାରୀ ପୋଲିସ ବିଭିନ୍ନ ସ୍ଥାନରେ ନଜର ରଖିବେ। ଜିତିବା ପରେ ବିଜୟ ଉତ୍ସବ ରାଲି କରିବାକୁ ପୋଲିସର ଅନୁମତି ନେବା ଆବଶ୍ୟକ ରହିଛି।  ସେହିପରି ନିର୍ବାଚନୀ  ପରବର୍ତ୍ତି ହିଂସା କୁ ରୋକିବା ପାଇଁ ପୋଲିସ ପ୍ରସ୍ତୁତ ଥିବା ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.