ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାନ୍ସରେ ପ୍ରଦର୍ଶିତ ହେଲା ଓଡ଼ିଆ ସର୍ଟ ଫିଲ୍ମ 'ନନ୍ଦ ମାଷ୍ଟରଙ୍କ ଚାଟଶାଳୀ'

ମୁମ୍ବାଇ,୩୧/୫: ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ ।  ଏହି ଚଳଚ୍ଚିତ୍ରକୁ  ନିର୍ଦ୍ଦେଶନା ଦେଇଛନ୍ତି ପ୍ରଣବ କୁମାର ଆଏଚ୍‌।  ଏହି ଓଡ଼ିଆ ଡକ୍ୟୁମେଣ୍ଟ୍ରି ସିନେମା ଓଡ଼ିଶାର ଶତାୟୁ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଏହା ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ଇଣ୍ଡିଆ ପାଭିଲିୟନରେ ପ୍ରଦର୍ଶିତ ହୋଇଥିବା ବେଳେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମ ଖୁବ ପ୍ରଶଂସିତ ହେବା ସହ ଏହା ରାଜ୍ୟ ପାଇଁ ଗୌରବ ଆଣିଛି ।

ଅଭୟ ପତିଙ୍କ ପ୍ରଯୋଜିତ ଏହି ଫିଲ୍ମ ପ୍ରଥମ ଓଡ଼ିଆ ଚଳଚିତ୍ର ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ଥାନିତ ହୋଇଛି । ଏନ୍‌ଏଫ୍‌ଡିସି ଓ ଫିକି ଦ୍ୱାରା ପରିଚାଳିତ ଇଣ୍ଡିଆ ପାଭିଲିଅନ୍‌ର ଉଦ୍‌ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର୍ ଓ ଟ୍ରେଲର ରିଲିଜ ହୋଇଥିଲା । ମାର୍ଚ୍ଚ ୨୨ ସନ୍ଧ୍ୟା ୪ ଟା୧୫ ସମୟରେ ଫିଲ୍ମଟି ପ୍ରଦର୍ଶିତ କରାଯାଇଥିଲା । ଟ୍ରେଲର ଏବଂ ପୋଷ୍ଟର ସଫଳତାର ସହ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ଇଣ୍ଡିଆ ପାଭିଲିୟନରେ ଚଳଚ୍ଚିତ୍ରର ରିଲିଜ ହୋଇଥିଲା । ଏଥିରେ ସାରା ବିଶ୍ୱରୁ ନିର୍ମାତା, ବିତରକ, ଅଭିନେତା ଯୋଗ ଦେଇଥିଲେ । ସମସ୍ତେ ପଦ୍ମଶ୍ରୀ ନନ୍ଦ ମାଷ୍ଟରଙ୍କ ସରଳତା ଏବଂ ସଫଳତା ଦ୍ୱାରା ବିସ୍ମିତ ହୋଇଥିଲେ । ଶୋ’ରେ ଉପସ୍ଥିତ ସମସ୍ତେ ଅଭୟ ଓ ପ୍ରଣବଙ୍କ ଦ୍ଵାରା ଚୟନ କରାଯାଇଥିବା ଏପରି କାହାଣୀକୁ ପ୍ରଶଂସା କରିଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.