ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ତୁଳସୀ କାଠରେ ରାମମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ଶିଳ୍ପୀ ସମରେନ୍ଦ୍ର, ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍ସରେ ସ୍ଥାନୀତ

Published By : Prameya | May 6, 2024 10:10 AM

ବେତନଟୀ,୦୬/୦୫: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ଅନ୍ତର୍ଗତ ଦହିକୋଟୀ ପଞ୍ଚାୟତ  ଅଧୀନ ଆଗଡ଼ା ଗ୍ରାମର  ଶିଳ୍ପୀ ସମରେନ୍ଦ୍ର ତୁଳସୀ  କାଠରେ ୨ଇଞ୍ଚ ଦୈର୍ଘ୍ୟ,  ୩ଇଞ୍ଚ ଲମ୍ବ ଏବଂ  ୦.୮ଇଞ୍ଚ ପ୍ରସ୍ଥ ବିଶିଷ୍ଟ ଅତି  ସୂକ୍ଷ୍ମ ରାମମନ୍ଦିର ନିର୍ମାଣ  କରି ଚର୍ଚ୍ଚାକୁ ଆସିଛନ୍ତି ।  ଶିଳ୍ପୀ ସମରେନ୍ଦ୍ରଙ୍କ  ଏହି କଳାକୃତି ପାଇଁ  ସେ ଇଣ୍ଡିଆ ବୁକ୍‌  ଅଫ୍‌ ରେକର୍ଡ୍ସ୨୦୨୪ରେ ସ୍ଥାନୀତ  ହୋଇଛନ୍ତି । ଏନେଇ ବିଭିନ୍ନ ମହଲରୁ  ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।   

ବେତନଟୀର ଶିଳ୍ପୀ ସମରେନ୍ଦ୍ର ଫୁଲବାଣୀ ବିଏଡ  କଲେଜରେ ଚୁକ୍ତିଭିତ୍ତିକ କଳାଶିକ୍ଷକ ଭାବରେ  କାର୍ଯ୍ୟରତ ଥିବାବେଳେ ଚଳିତବର୍ଷ ଫେବ୍ରୁଆରୀ  ତୃତୀୟ ସପ୍ତାହରେ ବିଶ୍ୱପ୍ରସିଦ୍ଧ ଅଯୋଧ୍ୟାର ଭବ୍ୟ  ରାମମନ୍ଦିରର ଅବିକଳ କଳାକୃତୀ ତୁଳସୀ କାଠରେ  ନିର୍ମାଣ କରିଥିଲେ । ୩ଦିନ ଧରି ୭ଘଣ୍ଟା ଲେଖାଏଁ  କଠିନ ପରିଶ୍ରମ କରି ଶିଳ୍ପୀ ସମରେନ୍ଦ୍ର ଏହି ସୂକ୍ଷ୍ମାତିସୂକ୍ଷ୍ମ  କାରୁକାର୍ଯ୍ୟକୁ ଚୂଡ଼ାନ୍ତ ରୂପରେଖ ଦେଇଥିଲେ । ଏଥିରେ ୫୧ଟି ପିଲାର ରହିଥିବା ବେଳେ ପତାକା ମଧ୍ୟ  ରହିଛି । ତେବେ ସମ୍ପୂର୍ଣ୍ଣ ତୁଳସୀ କାଠରେ ନିର୍ମିତ ଏହି  ସୂକ୍ଷ୍ମମନ୍ଦିର ପାଇଁ ସେ ତୁଳସୀକାଠ ଏବଂ ଯୋଡ଼େଇ  ପାଇଁ ଅଠାର ବ୍ୟବହାର କରିଛନ୍ତି । 

ସେତେବେଳେ  ଏହି କଳାକୃତୀ ପାଇଁ ଶିଳ୍ପୀ ସମରେନ୍ଦ୍ର ବେଶ୍‌ ଚର୍ଚ୍ଚିତ ହୋଇଥିଲେ । ଏହାପରେ ଏପ୍ରିଲ ୧ତାରିଖରେ ଇଣ୍ଡିଆ  ବୁକ୍‌ ଅଫ ରେକର୍ଡ୍ସ କାର୍ଯ୍ୟାଳୟକୁ ସମରେନ୍ଦ୍ର ନିଜର  କଳାକୃତି ସମ୍ପର୍କୀତ ଦସ୍ତାବିଜ ପଠାଇଥିଲେ । ଇଣ୍ଡିଆ  ବୁକ୍‌ ଅଫ୍‌ ରେକର୍ଡ୍ସର ବିଚାରକ ମଣ୍ଡଳୀଙ୍କ ଦ୍ୱାରା  ସମରେନ୍ଦ୍ରଙ୍କ କଳାକୃତୀ ବେଶ୍‌ ପ୍ରଶଂସିତ ହେବା  ସହିତ ଯୋଗ୍ୟ ବିବେଚିତ ମଧ୍ୟ ହୋଇଥିଲା ।  ଏନେଇ ଏପ୍ରିଲ ୩ତାରିଖରେ ତାଙ୍କର କଳାକୃତୀକୁ  ମଞ୍ଜୁରୀ ମିଳିଥିବା ଏବଂ ଏହାକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସ-୨୦୨୪ରେ ସ୍ଥାନୀତ କରାଯାଇଥିବା ନେଇ  ସ୍ୱିକୃତିପତ୍ର ମିଳିଥିଲା । ଏଥିନେଇ ସମରେନ୍ଦ୍ରଙ୍କ  ନିକଟକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସ କାର୍ଯ୍ୟାଳୟ  ପକ୍ଷରୁ ମାନପତ୍ର, ପୁସ୍ତକ, ମେଡାଲ, ମୂଲ୍ୟବାନ  କଲମ, ବ୍ୟାଜ୍‌, ପରିଚୟପତ୍ର ପ୍ରଦାନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.