ସାଲେପୁର,୮।୪ : ପୋଲିସ କବଜାରୁ ଅଭିଯୁକ୍ତ ଫେରାର ହେବା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ସାଲେପୁର ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ୨ କନେଷ୍ଟବଳ ହେଲେ ସଞ୍ଜୟ କୁମାର ଦାସ ଏବଂ ସୁଶାନ୍ତ କୁମାର ସ୍ବାଇଁ।
ଗତ ୬ତାରିଖ ସନ୍ଧ୍ୟାରେ ଜଣେ ଅଭିଯୁକ୍ତକୁ ଡାକ୍ତରୀ ମାଇନା କରିବାକୁ ସାଲେପୁର ପୋଲିସ ମେଡିକାଲକୁ ଆଣିଥିଲା । ହେଲେ ଅଭିଯୁକ୍ତ ଜଣକ କୌଶଳ କ୍ରମେ ପୋଲିସକୁ ଚକମା ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ଦୌଡ଼ି ଦୌଡ଼ି ଯାଉଥିବା ବେଳେ ତା ପଛରେ ଦୁଇଜଣ କନେଷ୍ଟବଳ ଦୌଡୁଥିବା ଦେଖିବାକୁ ମିଳିଥିଲା। ଏ ପର୍ଯ୍ୟନ୍ତ ମଧ୍ୟ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ବୋଲି ସାଲେପୁର ଥାନା ଅଧିକାରୀ କହିଛନ୍ତି।