ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯେତେ ଅଧିକ ଗତିରେ ଟ୍ରେନ ଥାଉ ପଛେ, ଜରୁରୀ ସ୍ଥିତରେ ନିଜକୁ ନିଜେ ରହିଯିବ : କବଚ ସିଷ୍ଟମକୁ ନେଇ ରେଳମନ୍ତ୍ରୀ ଦେଲେ ଖୁସି ଖବର

ନୂଆଦିଲ୍ଲୀ,୩।୨: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣଭ  ଟ୍ରେନ ସୁରକ୍ଷା ପ୍ରଣାଳୀ ‘କବଚ’କୁ ନେଇ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି, କବଚ ଦ୍ବାରା ପୁରା ରେଳ ନେଟଓ୍ବର୍କକୁ ସଂଯୋଗ କରିବା ଦିଗରେ ଭଲ ପ୍ରଗତି ହୋଇଛି। ଅନୁସନ୍ଧାନ ଡିଜାଇନ୍ ଓ ମାନକ ସଂଗଠନ(ଆରଡିଏସ୍‌ଓ) ପକ୍ଷରୁ ଘରୋଇ ପ୍ରତିଭାଗୀଙ୍କ ସହଯୋଗରେ କବଚ ସିଷ୍ଟମକୁ ଡେଭଲପ୍ କରାଯାଇଛି। ଏହା ଲୋକେ ପାଇଲଟ୍‌ଙ୍କ ଦ୍ବାରା ଠିକ୍ ସମୟରେ ଟ୍ରେନ୍ ରୋକିବାରେ ବିଫଳ ହେବା ଭଳି ଜରୁରୀ ସ୍ଥିତିରେ ନିଜକୁ ନିଜେ ବ୍ରେକ ଲଗାଇବାରେ ସକ୍ଷମ ହେବ। ଭାରତୀୟ ରେଲଓ୍ବେ ସୁରକ୍ଷା ବଢାଇବା ପାଇଁ ନିଜର ନେଟଓ୍ବର୍କରେ ଏହି ପ୍ରଣାଳୀକୁ ଲାଗୁ କରିବାର ପ୍ରକିୟାରେ ରହିଛି। ରେଳମନ୍ତ୍ରୀ କହିଛନ୍ତି, କବଚ ଟେକ୍ନୋଲୋଜି ଏପର୍ଯ୍ୟନ୍ତ ଦକ୍ଷିଣ ମଧ୍ୟ ରେଲଓ୍ବେ ଉପରେ ୧୩୯ ରେଳ ଇଞ୍ଜିନ(ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍‌ ରେକ୍ ସହିତ) ଓ ୧୪୬୫ କିଲୋମିଟର ରୁଟ୍‌ରେ ମୁତୟନ କରାଯାଇଛି। 

ରେଳଭବନରେ  ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଷ୍ଣଭ କହିଛନ୍ତି, କବଚର ୫ ଘଟକ ଅପ୍ଟିକାଲ ଫାଇବର, କବଚ ଟାଓ୍ବାର, ଷ୍ଟେସନ୍‌ରେ ଡାଟା ସେଣ୍ଟର, ଟ୍ରାକ୍‌ସାଇଡ୍ ଉପକରଣ ଓ ଲୋକେ କବଚ ରହିଛି। ସେ କହିଛନ୍ତି, ଏହି ସବୁ ୫ ଘଟକକୁ ସ୍ଥାପିତ କରିବାରେ ଖୁବ୍ ଭଲ ପ୍ରଗତି ହୋଇଛି। ଡିସେମ୍ବର ୨୦୨୩ ଶେଷ ପର୍ଯ୍ୟନ୍ତ ୨୬୯ କବଚ ଟାଓ୍ବାରର ସ୍ଥାପନ ସହିତ ୩୦୪୦ କିଲୋମିଟର ମାର୍ଗରେ ଅପ୍ଟିକାଲ ଫାଇବର କେବଳ ବିଛା ଯାଇଛି। ମୋଟ ୧୮୬ ଷ୍ଟେସନ୍‌ରେ ଡାଟା ସେଣ୍ଟର ପ୍ରସ୍ତୁତ କରାଯାଇଛି ଓ ୮୨୭ କିଲୋମିଟର ରୁଟ୍‌ରେ ଟ୍ରାକ୍‌ସାଇଡ୍ ଉପକରଣ ଲଗାଯାଇଛି। ଏହାଛଡା ୧୭୦ ଇଞ୍ଜିନରେ ଲୋକେ କବଚ ଲଗାଯାଇଛି।’

ଅଶ୍ବିନୀ ବୈଷ୍ଣଭ ଶୁକ୍ରବାର ରାଜ୍ୟସଭାରେ କହିଥିଲେ, ଭାରତୀୟ ରେଲଓ୍ବେ କବଚ ପାଇଁ ଏପର୍ଯ୍ୟନ୍ତ ମୋଟ ୭୯୮.୯୮ କୋଟି ଟଙ୍କାର ବଜେଟ୍ ଆବଣ୍ଟନରେ ୩୨୧.୮୫ କୋଟି ଟଙ୍କାର ଉପଯୋଗ କରାଯାଇଛି। ଏଥିରୁ ଜଣାପଡୁଛି, ଜାରି ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୪୦%ରୁ ଅଧିକ ଫଣ୍ଡ ବ୍ୟବହାର କରାଯାଇ ସାରିଛି। ରାଜ୍ୟସଭାରେ ସମାଜବାଦୀ ପାର୍ଟିର ସାଂସଦ ଜାଭେଦ ଅଲ୍ଲୀ ଖାନ୍‌ଙ୍କ ପକ୍ଷରୁ ପଚରା ଟାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି। ବୈଷ୍ଣଭ କହିଛନ୍ତି, କବଚ ଏକ ସ୍ବଦେଶୀ ରୂପରେ ବିକଶିତ ସ୍ବଂୟଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ। ସୁରକ୍ଷା ଦୃଷ୍ଟିରୁ ଏହା ଖୁବ୍ ମର୍ଡନ ଟେକ୍ନୋଲୋଜି। ଟ୍ରେନ୍‌ରେ ଯାତ୍ର ବେଳେ ସିକ୍ୟୁରିଟି ଦୃଷ୍ଟିରୁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.