ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ଦିଲ୍ଲୀରେ ମତଦାନ ପାଇଁ ସଚେତନ ଅଭିଯାନ : ଭୋଟ୍‌ ଦେଲେ ହୋଟେଲ, ରେଷ୍ଟୁରାଣ୍ଟରେ ପାଇବେ ୨୦ ପ୍ରତିଶତ ରିହାତି

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି। ୨୫ ମେ’ରେ ଲୋକସଭା ନିର୍ବାଚନରେ ଭୋଟ ଦେଲେ ପାଇବେ ଏକ ସୁନ୍ଦର ସୁବିଧା। ଏହି ଅନୁସାରେ, ମତଦାନର ଆଗାମୀ ୨୪ ଘଣ୍ଟା ପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟରେ ମିଳିବ ୨୦ ପ୍ରତିଶତ ଯାଏ ରିହାତି। ଦିଲ୍ଲୀ ନଗର ନିଗମ ମତଦାତାଙ୍କୁ ଭୋଟ ଦେବାରେ ସଚେତନ କରିବା ପାଇଁ ଏହି ନୂଆ ପଦକ୍ଷେପ ନେଇଛି। ଏହି କାର୍ଯ୍ୟକ୍ରମର ଲାଭ ଉଠାଇବା ପାଇଁ ଲୋକଙ୍କୁ ହୋଟେଲ, ରେଷ୍ଟୁରାଣ୍ଟକୁ ଯାଇ ନିଜର ସ୍ୟାହି ଲଗା ଆଙ୍ଗୁଠିକୁ ଦେଖାଇବାକୁ ହେବ, ଯାହାକି ଏହା ସୁନିଶ୍ଚିତ ହୋଇ ପାରିବ କି, ମତଦାତାମାନେ ଲୋକସଭା ନିର୍ବାଚନରେ ପୋଲିଂ ବୁଥ୍‌କୁ ଯାଇ ମତଦାନ କରିଛନ୍ତି। 

ସୂଚନା ଆଧାରରେ,ନିଗମର ସବୁ ଜୋନ୍‌ରେ ଏହି କାର୍ଯ୍ୟକୁ ଆରମ୍ଭ କରାଯିବ। ସର୍ବ ପ୍ରଥମେ କରୋଲ ବାଗ୍‌ ଜୋନ୍‌ ଓ ନଜଫଗଡ ଜୋନ୍‌ରେ ହୋଟେଲ ଓ ରେଷ୍ଟୁରାଣ୍ଟର ମାଲିକଙ୍କ ସହ ନଗର ନିଗମର ବରିଷ୍ଠ ଅଧିକାରୀମାନେ ଏକ ଲିଖିତ ଏଗ୍ରିମେଣ୍ଟ ମଧ୍ୟ କରିଛନ୍ତି। ହୋଟେଲ ଓ ରେଷ୍ଟୁରାଣ୍ଟର ପ୍ରତିଷ୍ଠାନ ସହ ଜଡ଼ିତ ଆସୋସିଏସନ ଏହି ଯୋଜନାର ସହଯୋଗ କରିଛନ୍ତି। ଏହା ବ୍ୟତୀତ ଥିଏଟର , ସେଲୁନ ଓ ଅନ୍ୟ ଖାଇବା ପ୍ରତିଷ୍ଠାନ ଗୁଡ଼ିକରେ ମଧ୍ୟ ନିଗମର ଲୋକଙ୍କୁ ରିହାତି ଦେବା ପାଇଁ କଥାବାର୍ତ୍ତା ଚାଲିଛି। 

ପୂରା ଦିଲ୍ଲୀରେ ୫୦ରୁ ଅଧିକ ମୁଭି ସ୍କ୍ରିନ୍‌ରେ ୫୦୦ରୁ ଅଧିକ ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ ମତଦାତାଙ୍କୁ ଏହି କାର୍ଯ୍ୟକ୍ରମର ଲାଭ ଦେବାକୁ ପ୍ରସ୍ତୁତି ଚାଲିଛି। ସବୁ ଜୋନ୍‌ରେ ଏହି ନୂଆ ଯୋଜନାକୁ ଲାଗୁ କରିବାର ରଣନୀତି ମଧ୍ୟ ହେଉଛି। 

ଏହି ସମ୍ୱନ୍ଧରେ କରୋଲବାଗ ଜୋନ୍‌ର ଉପାୟୁକ୍ତ ଅଭିଷେକ ମିଶ୍ରା କହିଛନ୍ତି କି, ଗତ ଲୋକସଭା ନିର୍ବାଚନ ବେଳେ ଦିଲ୍ଲୀର ମତଦାନ ହାରାହାରି ୬୦ ପ୍ରତିଶତ ଥିଲା। ଆମେ ଏହାକୁ ୭୦ ପ୍ରତିଶତରୁ ଅଧିକ ବଢାଇବାକୁ ଚାହୁଁଛୁ। ଏଥିପାଇଁ ଏହି ମତଦାତାଙ୍କୁ ଭୋଟ୍‌ ଦେବା ପ୍ରତି ପ୍ରେରିତ କରୁଛୁ। ଏହି ନୂଆ ପଦକ୍ଷେପ ଅନୁସାରେ, ଦିଲ୍ଲୀର ମତଦାତାଙ୍କ ଠାରେ ସଚେତନତା ଅଣାଯାଉଛି। 

ଏଥିପାଇଁ ଲଜିଂ ହାଉସ୍‌ ଓନର୍ସ ଆସୋସିଏସନ ଓ ଦିଲ୍ଲୀ ହୋଟେଲ ଓ ରେଷ୍ଟୁରାଣ୍ଟ ଓନର୍ସ ଆସୋସିଏସନ ସହ ଏଗ୍ରିମେଣ୍ଟ ହୋଇଛି। କରୋଲ ବାଗ୍‌ , ପହାଡଗଞ୍ଜ , ରାଜେନ୍ଦ୍ର ନଗର , ପଞ୍ଜାବୀ ବାଗ୍‌ , କୀର୍ତ୍ତି ନଗର ଓ ବଲଜିତ୍ ନଗରରେ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟରେ ଲୋକଙ୍କୁ ୨୦ ପ୍ରତିଶତ ଯାଏ ରିହାତି ମିଳିବ। ଏହି ରିହାତି ୨୫ମେ’ରେ ମତଦାନ କରିବା ପରେ ୨୬ମେ ରାତି ୧୨ଟା ଯାଏ ମିଳିବ। କରୋଲ ବାଗ ଜୋନ୍‌ରେ ସିନେମା ହଲ୍‌ ଓ ସେଲୁନରେ ମଧ୍ୟ ରିହାତି ଦେବା ପାଇଁ କଥାବାର୍ତ୍ତା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.