ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଉଚ୍ଚା ତକିଆରେ ଶୋଉଛନ୍ତି କି ? ଦେଖାଦେଇପାରେ ଏଭଳି ସମସ୍ୟା...

ଭୁବନେଶ୍ୱର, ୨୩।୩: ସାଧାରଣତଃ ଭଲ ନିଦ ପାଇଁ ଆରାମଦାୟକ ଶଯ୍ୟାର ଆବଶ୍ୟକତା ହୋଇଥାଏ । ଅନେକ ଲୋକ ଆରାମ ପାଇଁ ତକିଆରେ ମୁଣ୍ଡ ଦେଇ ଶୋଇବାକୁ ପସନ୍ଦ କରନ୍ତି । କେହି କେହି ଅଧିକ ଉଚ୍ଚା ତକିଆରେ ମୁଣ୍ଡ ଦେଇ ଶୋଇବାକୁ ଭଲପାନ୍ତି । ଏପରିକି ତକିଆକୁ ଉଚ୍ଚା କରିବା ପାଇଁ ଅନେକ ଦୁଇଟି ତକିଆ ମଧ୍ୟ ବ୍ୟବହାର କରୁଥିବାର ଦେଖାଯାଏ । ତେବେ କହିରଖୁଛୁ କି, ଆବଶ୍ୟକତାଠାରୁ ଅଧିକ ଉଚ୍ଚ ତକିଆ ମୁଣ୍ଡରେ ଦେବା ଶରୀର ପାଇଁ କ୍ଷତିକାରକ । ଉଚ୍ଚା ତକିଆ ଦେଇ ଶୋଇବାର ଅର୍ଥ ହେଉଛି, ନିଜେ ନିଜ ପାଇଁ ରୋଗକୁ ଡାକିବା । 

ଏଭଳି କରିବା ଦ୍ୱାରା ଏହା ମୁଖ୍ୟତଃ ହାଡ଼ ଉପରେ ପ୍ରଭାବ ପକାଇଥାଏ । ଏଥିଯୋଗୁଁ ଶିରାପ୍ରଶିରାରେ ଜଳାପୋଡ଼ା ମଧ୍ୟ ହୋଇଥାଏ । ଏହା ବ୍ୟତୀତ ସକାଳୁ ଉଠିବା ମାତ୍ରେ ଶରୀରରେ ଯନ୍ତ୍ରଣା ହେବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖାଦିଏ । ଅତ୍ୟଧିକ ଉଚ୍ଚ ତକିଆ ଦେବା ଦ୍ୱାରା କାନ୍ଧ ଓ ବେକର ମାଂସପେଶୀ ଉପରେ ଚାପ ପଡ଼ିଥାଏ । ଫଳରେ ବେକରେ ଯନ୍ତ୍ରଣା ହୋଇଥାଏ । ଏପରିକି ଅଧିକ ଉଚ୍ଚା ତକିଆ ଦେଇ ଶୋଉଥିବା ଲୋକଙ୍କଠାରେ ମୁଣ୍ଡବିନ୍ଧା ସମସ୍ୟା ବେଶି ହୋଇଥାଏ । କେବଳ ସେତିକି ନୁହେଁ, ଉଚ୍ଚା ତକିଆ ଦେବା ଦ୍ୱାରା ମେରୁଦଣ୍ଡ ଓ ତ୍ୱଚାଜନିତ ସମସ୍ୟା ଦେଖାଦିଏ । ଏଣୁ ଆବଶ୍ୟକତାଠାରୁ ଅଧିକ ଉଚ୍ଚ ତକିଆ ବ୍ୟବହାର କରୁଥିଲେ, ସତର୍କ ରହିବା ଖୁବ୍ ଜରୁରୀ ।  

 

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.