ନୂଆଦିଲ୍ଲୀ,୨୦/୮: ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ଦିଲ୍ଲୀ ଏନସିଆରରେ ମାତ୍ର ୧୫ ମିନିଟର ବର୍ଷାରେ ବେହାଲ ହୋଇ ପଡ଼ିଛି ସ୍ଥିତି । ରାସ୍ତାରେ ପାଣି ଜମା ହୋଇଥିବାବେଳେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ସେପଟେ ପୋଲିସ ବ୍ୟାରିକେଡ ପାଣିରେ ଭାସୁଛି,ଲୋକେ ଗାଡ଼ି ଚଲେଇବାରେ ଅସୁବିଧା ଭୋଗୁଛନ୍ତି । ଏପରିକି କିଛି ସ୍ଥାନରେ ଗାଡ଼ି ଚଳାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଥିବା ସୂଚନା ମିଳିଛି। ସେହିପରି ମୌସୁମୀ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ସମସ୍ୟା ଥମୁନାହିଁ। ସୋମବାର ଦିନ ହିମାଚଳ ପ୍ରଦେଶର ମଣିମାହେଶର ଘଟିଥିବା ଭୁସ୍ଖଳନ କାରଣରୁ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଉତ୍ତରାଖଣ୍ଡରେ ମଧ୍ୟ ସମାନ ଅବସ୍ଥା ଏବଂ ଭୂସ୍ଖଳନ ହେତୁ ବଦ୍ରିନାଥ ରାଜପଥରେ ଯାନବାହନ ଚଳାଚଳ ପ୍ରାୟ ୪ ଘଣ୍ଟା ବ୍ୟାହତ ହୋଇଥିଲା। ଏପରିକି କିଛି ରାଜ୍ୟରେ ମଧ୍ୟ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଜୀବନଯାପନ କରୁଛନ୍ତି।ଉତ୍ତରାଖଣ୍ଡ ସମେତ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମଙ୍ଗଳବାର ବର୍ଷା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଥିବାବେଳେ ଅନ୍ୟାନ୍ୟ ରାଜ୍ୟ ପାଇଁ ୟେଲୋ ଆଲର୍ଡ ଜାରି କରାଯାଇଛି।
ତେବେ ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୩ ଦିନ ମଧ୍ୟରେ ପୂର୍ବ ଏବଂ ପୂର୍ବ-ମଧ୍ୟ ଭାରତରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକନ୍ତୁ, ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ କେରଳ, ତାମିଲନାଡୁ ଏବଂ ଲାକ୍ଷାଦ୍ୱୀପ ଉପରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମଙ୍ଗଳବାର ଉତ୍ତରପ୍ରଦେଶ,ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ଲାକ୍ଷାଦ୍ୱୀପ ପ୍ରବଳ ବର୍ଷା ସମ୍ପର୍କରେ ବିଭାଗ କମଳା ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ଏହା ମଧ୍ୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଞ୍ଜାବର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି। ପଶ୍ଚିମ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, କେନ୍ଦ୍ରୀୟ ମହାରାଷ୍ଟ୍ର, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ବିହାର, ଛତିଶଗଡ, ଝାଡଖଣ୍ଡ, ଓଡିଶା, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ତେଲେଙ୍ଗାନା, ତାମିଲନାଡୁରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।