ଚନ୍ଦାହାଣ୍ଡି,୫।୮ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ତିଲିମାଲ ସ୍ଥିତ ସରକାରୀ ଶିଳ୍ପ କେନ୍ଦ୍ରର ଅଧ୍ୟକ୍ଷ ରଞ୍ଜନ କୁମାର ପରିଡାଙ୍କ ତତ୍ତ୍ବାବଧାନରେ ଶିଳ୍ପ କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ କୌଶଳ ରଥକୁ ସ୍ୱାଗତ କରିଛନ୍ତି l ଏଥିରେ ମୁଖ୍ୟ ଅତିଥି ଭାବେ ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ମଣ୍ଡଳ, କୋଇଲି ମୁଣ୍ଡା ସରପଞ୍ଚ ହରଲାଲ ଝାଙ୍କର, ସମିତି ସଭ୍ୟ ତିଳକ ସିଂ ପୋଡ଼, ଫଟକି ସରପଞ୍ଚ ମଞ୍ଜୁନାଥ ମାଝି, ସମାଜସେବୀ ଲଳିତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ l
ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଇଂ ରଞ୍ଜନ କୁମାର ପରିଡାଙ୍କ ସଭାପତିତ୍ବ ରେ ଶିଳ୍ପ କେନ୍ଦ୍ର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ନିଯୁକ୍ତି ଅଧିକାରୀ ଆନନ୍ଦ ପଲ୍ଲେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ଏବଂ ବିଭିନ୍ନ ଆତ୍ମନିର୍ଭରଶୀଳତାକୁ ନେଇ ବୁଝାଇ ଥିଲେ। ବିଡିଓ ରାମକୃଷ୍ଣ ନାୟକ ଶିଳ୍ପ ତାଲିମ କେନ୍ଦ୍ରରେ ଅଧିକାରୁ ଅଧିକା ଛାତ୍ରଛାତ୍ରୀମାନେ ଅଧ୍ୟୟନ କରି ସେମାନେ କିପରି ନିଜର କୌଶଳର ବିକାଶ କରି ଆତ୍ମ ନିର୍ଭରଶୀଳ ହୋଇ ପାରିବେ ସେଥିପାଇଁ ଅଧିକ ପ୍ରୟାସ ଜାରି ରଖିବାକୁ ଶିଳ୍ପ ତାଲିମ କେନ୍ଦ୍ର କର୍ତ୍ତୃପକ୍ଷକୁ କହିଥିଲେ। କାର୍ଯ୍ୟକ୍ରମକୁ ବୈଷୟିକ ଅଧିକାରୀ ମାନଗୋବିନ୍ଦ ବାଘ ପରିଚାଳନା କରିଥିବା ବେଳେ ସହକାରୀ ବୈଷୟିକ ଅଧିକାରୀ ଭୀମସେନ ଲଙ୍ଗୁରି ସହଯୋଗ କରିଥିଲେ l