ନୂଆଦିଲ୍ଲୀ,୬।୧୧: ସାଇବର ଠକେଇର ପ୍ରତିଦିନ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି। ଅଧିକାଂଶ ଠକ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ବହୁ ସ୍କାମର ‘ସାଇଡ ଲୋଡିଂ’(Sideloading) ବ୍ୟବହାର କରୁଛନ୍ତି, ଯେଉଁଥିରେ ୟୁଜରଙ୍କ ଫୋନ୍ରେ ମାଲଓ୍ବେର ଥିବା ଆପ୍ କିମ୍ବା ଫାଇଲକୁ ଇନଷ୍ଟଲ କରି ଦିଆଯାଇଥାଏ। ବହୁବାର ୟୁଜର୍ସଙ୍କୁ ରିମୋଟଲି ଆକ୍ସେସ୍ ମଧ୍ୟ ନିଆଯାଇଥାଏ। ଏହା ଦ୍ବାରା ବହୁ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ବିନା ଓଟିପିରେ ଖାଲି ହୋଇ ଯାଉଛି। ଆସନ୍ତୁ ଜାଣିବା ‘ସାଇଡ ଲୋଡିଂ’ରୁ ରକ୍ଷା ପାଇବାର ଉପାୟ...
‘ସାଇଡ ଲୋଡିଂ’ ଶବ୍ଦର ବ୍ୟବହାର ଦୁଇଟି ଡିଭାଇସ୍ ଭିତରେ ଫାଇଲ ଟ୍ରାନ୍ସଫର କରିବା ପ୍ରୋସେସ୍ ପାଇଁ କରାଯାଇଥାଏ। ଏହି ଡିଭାଇସ୍ କେବଲ କିମ୍ବା ଓ୍ବେୟାରଲେଓ୍ ନେଟଓ୍ବର୍କ ସହିତ କନେକ୍ଟ ହୋଇଥାଏ। ସ୍କାମର୍ସ ଏହି ଟେକ୍ନୋଲୋଜିର ବ୍ୟବହାର କରି ଆପଣଙ୍କ ଫୋନ୍ରେ ଥିବା କିଛି ସନ୍ଦିଗ୍ଧ ଡାଟାକୁ ଟ୍ରାନ୍ସଫର କରିଥାନ୍ତି। ଏଭଳି କରି ସେମାନେ ଓଟିପି ଆକ୍ସେସ କରି ବ୍ୟାଙ୍କ ଆକାଉଣ୍ଟକୁ ଲିକ୍ କରି ଲକ୍ଷାଧିକ ଟଙ୍କା ଲୁଟ୍ କରିପାରନ୍ତି।
‘ସାଇଡ ଲୋଡିଂ’ ରୁ ରକ୍ଷା ପାଇବା ପାଇଁ କିଛି ଖାସ୍ ଟିପ୍ସକୁ ଫଲୋ କରିହେବ। ଏହା ସାହାଯ୍ୟରେ ଆପଣ ଚେକ୍ କରିପାରନ୍ତି ଯେ, କେଉଁଠି ଆପଣ ଏଭଳି ମାମଲାର ଶିକାର ହୋଇ ନାହାନ୍ତି ତ ? ଆଣ୍ଟି ଭାଇରସ୍ ଆପ୍ର ବ୍ୟବହାର କରି ଆପଣ Potential Threats କୁ ଡିଟେକ୍ଟ କରିପାରନ୍ତି। ବଜାରରେ ବହୁ ଆଣ୍ଟି ଭାଇରସ୍ ଆପ୍ସ ମିଳିଯାଉଛି, ଯାହାକି ଫ୍ରି ଓ ପେଡ୍ ଭର୍ସନରେ ରହିଛି।
‘ସାଇଡ ଲୋଡିଂ’ ସାହାଯ୍ୟରେ ଫୋନ୍ରେ ଆପ୍ ମଧ୍ୟ ଡାଉନଲୋଡ୍ କରିପାରନ୍ତି। ଇଣ୍ଟରନେଟ୍ ଦୁନିଆରେ ବହୁ ଆପ୍ସ ରହିଛି, ଯାହାକି ସ୍କାମର୍ସ ଆଦିକୁ ରିମୋଟ ଆକ୍ସେସ ଦେଇଥାଏ। ଏଭଳି ଆପ୍ର ଡାଉନଲୋଡିଂରେ କଟକଣା ଲଗାଇ ପାରିବେ। ଉଲ୍ଲେଖନୀୟ ଯେ, ଇଣ୍ଟରନେଟ୍ ଦୁନିଆରେ ଏଭଳି ବହୁ ଆପ୍ ରହିଛି, ଯାହା ୟୁଜର୍ସଙ୍କ ମୋବାଇଲକୁ ଆକ୍ସେସ୍ ସ୍କାମର୍ସ ଆଦିକୁ ଦେଇଥାଏ। ଗୁଗୁଲ ପ୍ଲେ ଷ୍ଟୋରରେ ଏଭଳି ଆପ୍କୁ ରିମୁଭ କରି ଦିଆଯାଇଥାଏ, କିନ୍ତୁ ଥାର୍ଡ ପାର୍ଟି ଆପ୍ ଷ୍ଟୋର କିମ୍ବା ଅନ୍ୟ ଓ୍ବେବସାଇଟ୍ରେ ଏହାକୁ ଡାଉନଲୋଡ୍ କରିହେବ। ଏଭଳି ୟୁଜର୍ସ ଅଜଣା ସୋର୍ସରୁ ଡାଉନଲୋଡ୍ ହେଉଥିବା ଫାଇଲ୍କୁ ରୋକି ପାରିବେ। ଏଥିପାଇଁ ଆଣ୍ଡ୍ରଏଡ୍ର ସେଟିଂକୁ ଯାଆନ୍ତୁ। ଏହାପରେ Apps & notifications ଭିତରକୁ ଯାଇ Advancedକୁ ଯାଆନ୍ତୁ, ଏହାପରେ Special app accessକୁ ଯାଆନ୍ତୁ ଓ ଏହାପରେ Install Unknown Apps ରେ କ୍ଲିକ୍ କରନ୍ତୁ। ଏବେ ଅଜଣା ସୋର୍ସରୁ ଆପ୍ ଇନଷ୍ଟଲ ହେବନି।