ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଜାମାତ-ଇ-ଇସ୍ଲାମୀ ବାଂଲାଦେଶ ସହ ସୁସମ୍ପର୍କ ବଢାଉଛି ଚୀନ୍, ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ,୩।୯: ପଡୋଶୀ ଦେଶ ବାଂଲାଦେଶରେ ନିକଟରେ ଘଟିଥିବା ରାଜନୈତିକ  ଅସ୍ଥିରତା ପରେ ଦକ୍ଷିଣ ଏସିଆରେ ଭୂ-ରାଜନୈତିକ ପରିସ୍ଥିତି ବଦଳି ଯାଇଛି। ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ପାକିସ୍ତାନ ସହ ସମ୍ପର୍କ ସୁଧାରିବାର ସଙ୍କେତ ଦେଇଛି। ସେଭଳି ଚୀନ୍‌ ଏବେ ବାଂଲାଦେଶ ଉପରେ ମଧ୍ୟ ସମ୍ପର୍କକୁ ବଢାଇବା ଆରମ୍ଭ କରିଛି। ବାଂଲାଦେଶରେ ଚୀନ୍‌ ରାଷ୍ଟ୍ରଦୂତ ୟାଓ ଭେନ୍ ସୋମବାର ସେଠାର ରାଜନୈତିକ ପାର୍ଟି ଜମାତ୍-ଇ-ଇସ୍ଲାମୀର ଅଫିସ ଯାଇ ପାର୍ଟି ମୁଖ୍ୟ ଶଫିକୁର ରହମାନଙ୍କୁ ସାକ୍ଷାତ କରିଛନ୍ତି। ଚୀନ୍ ଏହାକୁ ଶିଷ୍ଟାଚାର ସାକ୍ଷାତ ବୋଲି କହିଛି, କିନ୍ତୁ ଏହି ସାକ୍ଷାତ ଖୁବ୍ ଗୁରୁତ୍ବପୂର୍ଣ୍ଣ, କାରଣ ୨୦୧୦ ରେ ଜମାତ ବିରୋଧରେ ଯୁଦ୍ଧ ଅପରାଧ ମାମଲା ଆରମ୍ଭ ହେବା ପ୍ରଥମ ଥର କୌଣସି ରାଜନୈତିକ  ଢାକା ସ୍ଥିତ ଜମାତ୍-ଇ-ଇସ୍ଲାମ ଅଫିସ ଗସ୍ତ କରିଛନ୍ତି। 

ପୋଲିସ ୨୦୧୧ରେ ଜମାତ୍‌ ଅଫିସ ସିଲ୍ କରି ଦେଇଥିଲା, କିନ୍ତୁ ଚଳି ବର୍ଷ ଶେଖ୍ ହସିନା ସରକାରଙ୍କ ବିରୋଧରେ ହୋଇଥିବା ଛାତ୍ର ବିଦ୍ରୋହ ଓ ହସିନା ସରକାରଙ୍କ ହସ୍ତକ୍ଷେପ ପରେ ଏହାକୁ ଖୋଲି ଦିଆଯାଇଛି। ସୋମବାର ଚୀନ୍ ରାଷ୍ଟ୍ରଦୂତ ଶଫିକୁର ରହମାନଙ୍କୁ ଭେଟିବା ପରେ ତାଙ୍କ ପାର୍ଟି ବାଂଲାଦେଶ ଏକ ସୁବ୍ୟବସ୍ଥିତ ପାର୍ଟି ବୋଲି ଘୋଷଣା କରିଥିଲା। ସେ ବାଂଲାଦେଶରକୁ ଏକ ସୁନ୍ଦର ଦେଶ ଭାବରେ ଘୋଷଣା କରିଛନ୍ତି। ଭେନ୍ କହିଛନ୍ତି, ଚୀନ୍‌ ବାଂଲାଦେଶ ସହିତ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ଚାହୁଁଛି। ଶେଖ ହାସିନଙ୍କ ଶାସନକାଳରେ ବାଂଲାଦେଶ ପ୍ରତି ଭାରତର ବନ୍ଧୁତ୍ବ ଭଲ ଥିଲା। ସେଭଳି ପାକିସ୍ତାନ ସହିତ ତାଙ୍କର ସମ୍ପର୍କ ଭଲ ନଥିଲା। ତେବେ ୨୦୧୪ ରୁ ୨୦୧୮ ମଧ୍ୟରେ ଶେଖ ହାସିନାଙ୍କ ଚୀନ୍ ସହିତ ଭଲ ସମ୍ପର୍କ ଥିଲା।

ଚୀନ୍ ବାଂଲାଦେଶର ଅନ୍ତରୀଣ ସରକାର ଓ ଜମାତ୍-ଇ-ଇସ୍ଲାମୀ ଭଳି ରାଜନୈତିକ ଦଳ ସହତ ଭାଗିଦାରୀ ଓ ଦ୍ବିପାକ୍ଷିକ ସମ୍ପର୍କ ବଢାଇବା ଉପରେ ଜୋର ଦେଇଛନ୍ତି। ଶିକ୍ଷା, ସଂସ୍କୃତି ଓ ବିକାଶ ପ୍ରକଳ୍ପ ପ୍ରସଙ୍ଗରେ ଚୀନ୍ ବାଂଲାଦେଶର ସାହାଯ୍ୟ କରିବାକୁ ଚାହୁଁଛି। ଏହା ପଛର ମୁଖ୍ୟ ଉଦେଶ୍ୟ ହେଉଛି ବାଂଲାଦେଶର ଭୌଗଳିକ ସ୍ଥିତି। ବାଂଲାଦେଶ ଭାରତର ସୀମାକୁ ଲାଗିକି ରହିଥିବା ଦେଶ ଓ ଏହାର ଦକ୍ଷିଣ ସୀମା ବଙ୍ଗୋପ ମହାସାଗର ସହ ମିଶିକି ଅଛି। ଚୀନ୍ ନିଜର ସାମରିକ ଓ ଭୌଗଳିକ ବିସ୍ତାରବାଦ ନୀତି ପାଇଁ ଦକ୍ଷିଣ ଏସିଆରେ ବଦନାମ୍। ସେ ବାଂଲାଦେଶର ଆଢୁଆଳରେ ନିଜର ରଣନୈତିକ ଉପସ୍ଥିତି ମଜବୁତ କରିବାକୁ ଚାହୁଁଛି। ମାଳଦ୍ବୀପ ଜରିଆରେ ପୂର୍ବରୁ ମଧ୍ୟ ଭାରତ ମହାସାଗରେ ନିଜର ରଣନୈତିକ ଉପସ୍ଥିତି ମଜବୁତ କରିସାରିଛି। ଏହାଛଡା ଚୀନ୍ ମିଆଁମାର ସହ ଦୋସ୍ତି କରି ଗ୍ରେଟ୍ କୋକୋ ଦ୍ବୀପରେ ସାମରିକ ଅଡ୍ଡା ତିଆରି କରିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.