ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

୫ ଜଣଙ୍କ ଉପରେ ଚଢିଗଲା ଡିଏମ୍‌ଙ୍କ କାର: ୩ ମୃତ ୨ ଗୁରୁତର,ପ୍ରତ୍ୟକ୍ଷଦର୍ଶୀ କହିଲେ- ଦୁର୍ଘଟଣା ପରେ ବାଇକରେ ପଳାଇଲେ ଜିଲ୍ଲାଧିକାରୀ

ପାଟନା, ୨୧।୧୧: ବିହାର ମଧେପୁରା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ (ଡିଏମ୍‌)ଙ୍କ ଗାଡି ଧକ୍କାରେ ଗଲା ୩ ଜଣଙ୍କ ଜୀବନ। ସେଭଳି ଦୁଇଜଣ ଲୋକ ଗୁରୁତର ଭାବରେ ଆହତ ହୋଇଛନ୍ତି। ଘଟଣା ଫୁଲ ପରାସ ଥାନା ଅନ୍ତର୍ଗତରେ ଘଟିଛି। ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଜିଲ୍ଲାଧିକାରୀଙ୍କ ଗାଡି ମଧେପୁରା ଆଡକୁ ଯାଉଥିଲା। ଏହି ସମୟରେ ଗାଡି ନିୟନ୍ତ୍ରଣ ହରାଇ ବସିଥିଲା। ସଡକ କଡରେ କାମ କରୁଥିବା ଶ୍ରମିକଙ୍କ ଉପରେ ଗାଡି ଚଢିଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ଶ୍ରମିକ, ମହିଳା ଓ ଶିଶୁର ମୃତ୍ୟୁ ହୋଇଛି।ସେଭଳି ଘଟଣା ପରେ ଡିଏମ୍ ବିଜୟ ପ୍ରକାଶ ମିଣା ଓ ଡ୍ରାଇଭର କାର ଛାଡି ପଳାଇ ଯାଇଥିଲେ। ଏହାପରେ ଉତ୍ୟକ୍ତ ଲୋକ ଜିଲ୍ଲାପାଳଙ୍କ ଗାଡିକୁ ଭାଙ୍ଗି ଦେଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ଘଟଣା ସକାଳ ପ୍ରାୟ ୮ଟା ବେଳେ ଘଟିଥିଲା ଓ ଦୁର୍ଘଟଣା ପରେ ତୁରନ୍ତ ଡିଏମ୍ ଓ ତାଙ୍କର ଷ୍ଟାଫ୍‌ ବାଇକ୍‌ରେ ବସି ପଳାଇ ଯାଇଥିଲେ। ଗାଡି ପ୍ରଥମେ ମହିଳା ଓ ତାଙ୍କ ଶିଶୁକୁ ଧକ୍କା ଦେଇଥିଲା। ଏହାପରେ ଏନ୍‌ଏଚ୍-୫୭ ରେ କାମ କରୁଥିବା  ଶ୍ରମିକଙ୍କୁ ଧକ୍କା ଦେଇଥିଲା। ଶ୍ରମିକ ଜଣକ ରାଜସ୍ଥାନର। ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ଦରଭଙ୍ଗା ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ନିଆଯାଇଛି, ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ୨୭ ବର୍ଷୀୟ ଗୁରିୟା ଦେବୀ ଓ ତାଙ୍କର ୭ ବର୍ଷୀୟ ଝିଅ  ଅଛନ୍ତି। ମୃତ ଶ୍ରମିକ ହେଉଛନ୍ତି ରାଜସ୍ଥାନର ଅଶୋକ ସିଂହ। 

ଦୁର୍ଘଟଣାର ତୁରନ୍ତ ପରେ ଶତାଧିକ ଲୋକ ଡିଏମ୍‌ଙ୍କ କାରକୁ ଭାଙ୍ଗି ଦେଇଥିଲେ ଓ ଏନ୍‌ଏଚ୍‌ ୫୭କୁ ଜାମ୍ କରିଦେଇଥିଲେ। ପ୍ରଦର୍ଶନକାରୀମାନେ ବାହନରେ ଥିବା ଲୋକଙ୍କୁ ଗିରଫ ଦାବି କରିଛନ୍ତି ଓ ପୀଡିତଙ୍କୁ କ୍ଷତପୂରଣ ଦେବାର ଦାବି କରିଛନ୍ତି। ସେଭଳି ଏହି ମାମଲାରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି, ଘଟଣା ସମୟରେ ଗାଡିରେ ଜିଲ୍ଲାପାଳ ନଥିଲେ। ଗାଡିରେ ଯାନ୍ତ୍ରିକ ସମସ୍ୟା ଥିଲା, ତିଆରି ହେବାକୁ ଯାଉଥିଲା। କିନ୍ତୁ ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏନେଇ ଡିଏମ୍ ବିଜୟ ପ୍ରକାଶ ମିଣାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

Copyright © 2022 - Summa Real Media Private Limited. All Rights Reserved.