ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମାର୍ଚ୍ଚରୁ ଲାଗୁ ହୋଇପାରେ ସିଏଏ, ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ବଡ଼ ନିଷ୍ପତ୍ତି ନେବେ ମୋଦି ସରକାର

ନୂଆଦିଲ୍ଲୀ,୨୭।୨:  ନାଗରିକ ସଂଶୋଧକ ଆଇନ ମାର୍ଚ୍ଚରୁ ଲାଗୁ କରିବା ନେଇ ସରକାର ପ୍ରସ୍ତୁତ ଅଛନ୍ତି।  ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନର ମଧ୍ୟ ଘୋଷଣା ହୋଇପାରେ। ଏଭଳି ସ୍ଥିତିରେ ସରକାର ଆଚାର ସଂହିତା ଲଗାଇବା ପୂର୍ବରୁ ଏହି ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏହାଦ୍ବାରା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଉତ୍ପୀଡନର ଶିକାର ହୋଇ ଭାରତରେ ଶରଣ ନେଇଥିବା ହିନ୍ଦୁ,ଜୈନ, ବୌଦ୍ଧ ଓ ଶିଖ୍‌ ଲୋକଙ୍କୁ ଲାଭ ମିଳିବ। ଏହି ନିୟମ ଅନୁସାରେ, ୩୧ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ପଡୋଶୀ ତିନି ଦେଶରୁ ନିର୍ଯାତନାର ଶିକାର ଲୋକଙ୍କୁ ଭାରତରେ ନାଗରିକତା ମିଳି ପାରିବ। ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶ ହେଉଛି ତିନୋଟି ଇସଲାମିକ୍ ଦେଶ ଓ ଏଠାରେ ହିନ୍ଦୁ, ବୌଦ୍ଧ, ଶିଖ୍‌ ଓ ଜୈନ ଧର୍ମର ଲୋକ ସଂଖ୍ୟାଲଘୁ ରହିଛନ୍ତି।

ପାକିସ୍ତାନ ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ବହୁ ସଂଖ୍ୟାରେ ଲୋକ ଦଶକ ପୂର୍ବରୁ ପଳାୟନ କରି ଭାରତ ଆସୁଛନ୍ତି। ଦିଲ୍ଲୀ, ୟୁପି ସିତ ବହୁ ରାଜ୍ୟରେ ଏହ ଲୋକମାନେ ଅଛନ୍ତି, କିନ୍ତୁ ଲକ୍ଷାଧିକ ସଂଖ୍ୟାହର ଏହି ଜନସଂଖ୍ୟା ପାଖରେ ଭାରତର ନାଗରିକତା ନାହିଁ। ଏହି କାରଣରୁ ତାଙ୍କୁ ମୌଳିକ ସୁବିଧା ମିଳିପାରୁନି। ଏଭଳି ସ୍ଥିତିରେ ଏହି ଆଇନ ଲାଗୁ ହେବାପରେ ଲୋକଙ୍କୁ ନାଗରିକତା ମିଳିବା ସହ ଭୋଟ ଦେବାର ଅଧିକାର ସହିତ ସବୁ ଜିନିଷର ସୁବିଧା ମିଳିଯିବ।  ଏହି ଆଇନ ପୂର୍ବରୁ ସଂସଦରେ ମଞ୍ଜୁରୀ ଲାଭ କରିସାରିଛି, ଯାହାକୁ କେବଳ ଏବେ ଲାଗୁ କରାଯିବ।

ଉଲ୍ଲେଖନୀୟ ଯେ, ଦିଲ୍ଲୀ ସହିତ ବହୁ ରାଜ୍ୟ ଏହି ଆଇନକୁ ମସଲମାନ ବିରୋଧି ବୋଲି କହି ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ସରକାରଙ୍କ କହିବା ଅନୁସାରେ, ଏହି ଆଇନ କୌଣସି ଜାତି କିମ୍ବା ଧର୍ମ ବିରୋଧରେ ନୁହେଁ। ସରକାରଙ୍କ କହିବା ଅନୁସାରେ, ଏଥିରେ କେବଳ ପଡୋଶୀ ଦେଶରେ ପୀଡିତ ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ମିଳିପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.