ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

୨୦୫୦ ସୁଦ୍ଧା ଭାରତରେ ହ୍ରାସ ପାଇବ ଜନ୍ମହାର, ବଢିବ ବୟସ୍କଙ୍କ ସଂଖ୍ୟା: ଗମ୍ଭୀର ସ୍ଥିତି ନେଇ ଲାନସେଣ୍ଟ ରିପୋର୍ଟରେ ଚେତାବନୀ

ନୂଆଦିଲ୍ଲୀ,୨୧।୩: ଦେଶରେ ଏବେ ଆମେ ଦୁଇ ଓ ଆମର ଦୁଇ ପ୍ରଚଳନ ଖୁବ୍ ଦ୍ରୁତ ଗତିରେ କମ୍ ହେବାରେ ଲାଗଛି। ଏହା କାରଣ ହେଉଛି ଜନସଂଖ୍ୟା, ତେଣୁ ଅଧିକାଂଶ ଲୋକ ଗୋଟିଏ ସନ୍ତାନ ଚାହୁଁଛନ୍ତି ଏହି କାରଣରୁ ଭାରତରେ ୨୦୫୦ ବେଳକୁ ଜନସଂଖ୍ୟା ହ୍ରାସ ଦେଖିବାକୁ ମିଳିଛି। ଲାନସେଣ୍ଟର ଏକ ରିପୋର୍ଟରେ ଏଭଳି ଚେତାବନୀ ଦିଆଯାଇଛି। ଭାରତରେ ମୋଟ ଜନ୍ମହାର ୧୯୫୦ ରେ ୬.୧୮ ଥିଲା, ଯାହାକି ୧୯୮୦ରେ ହ୍ରାସ ପାଇ ୪.୬ ହୋଇଯାଛି। କେବଳ ସେତିକି ନୁହେଁ ୨୦୨୧ ରେ ଏହା ହ୍ରାସ ପାଇ ୧.୯୧ ରେ ପହଁଞ୍ଚି ଯାଇଛି। ଏହି ରିପ୍ଲେସମେଣ୍ଟ ଲେବଲ୍‌ ମଧ୍ୟ କମ୍ ରହିଛି। 

ଜନସଂଖ୍ୟା ବିଜ୍ଞାନୀଙ୍କ ମତରେ ରିପ୍ଲେସମେଣ୍ଟ ଲେବଲ ପାଇଁ ଜନ୍ମହାର କମ୍‌ରୁ କମ୍ ୨.୧ ହେବା ଦରକାର। ଏଭଳି ସ୍ଥିତିରେ ତାହା ବଡ଼ ସଙ୍କଟ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ୨୦୫୦ ସୁଦ୍ଧା ଭାରତର ଜନ୍ମହାର ୧.୨୯ରହିଯିବ। ଏହାର ଜନସଂଖ୍ୟା ଯଦିଓ ପୁରା ହ୍ରାସ ପାଇବନି, କିନ୍ତୁ ଯୁବପୀଢିଙ୍କ ସଂଖ୍ୟା କମ୍ ହୋଇଯିବ।   ୨୧୦୦ ବେଳକୁ ଏହି ସଙ୍କଟ ଆହୁରି ବଢିଯିବ।

ଯଦି ଲାନସେଣ୍ଟର ଏହି ରିପୋର୍ଟ ସତ ହୁଏ ତେବେ ଆଗାମୀ ଦଶକରେ ଏହା ଭାରତ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ଜନ୍ମହାର ଦୃତଗତିରେ ହ୍ରାସ ପାଇବା କାରଣରୁ ଓ୍ବାର୍କଫୋର୍ସରେ ମଧ୍ୟ ଅଭାବ ଦେଖିବାକୁ ମିଳିବ ଓ ଅର୍ଥବ୍ୟବସ୍ଥାକୁ ଝଟକା ଲାଗିବ। ଏହାଛଡା ଯୁବକଙ୍କ ତୁଳନାରେ ବୟସ୍କଙ୍କ ସଂଖ୍ୟା ବଢିଯିବ। ବୟସ୍କ ଲୋକଙ୍କର ଦେଖାଶୁଣା କରିବା ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇଯିବ। ସ୍ବାସ୍ଥ୍ୟ ସେବା ଉପରେ ବଡ ବୋଝି ପଡିବ। ଲିଙ୍ଗଗତ ଅସମାନତାର ସଙ୍କଟ ସୃଷ୍ଟି ହେବ। ଏହାର କାରଣ ହେଉଛି ନୂଆ ଟ୍ରେଣ୍ଡ। ପ୍ରଥମ ସନ୍ତାନ ଯଦି ପୁଅ ହେଉଛି ଦ୍ବିତୀୟ ସନ୍ତାନ ଆଉ ଅଧିକାଂଶ ଦମ୍ପତ୍ତି ଚାହୁଁ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.