ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୯୯୮ର ନିଷ୍ପତ୍ତିକୁ ବଦଳାଇଲେ ସୁପ୍ରିମକୋର୍ଟ; ଭୋଟ ବଦଳରେ ନୋଟ ନେଉଥିବା ବିଧାୟକ ଓ ସାଂସଦ ମାନଙ୍କୁ ଆଉ ତ୍ରାହି ନାହିଁ...

ନୂଆଦିଲ୍ଲୀ,୦୪/୦୩: ୧୯୯୮ର ପିଭି ନରସିଂହ ରାଓ ମାମଲାର ନିଷ୍ପତ୍ତିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯଦି କୌଣସି ସାଂସଦ କିମ୍ବା ବିଧାୟକ ଯେ କୌଣସି ବିଧେୟକ ଉପରେ ଭୋଟ ଦେବା ପାଇଁ ଯଦି ଲାଞ୍ଚ ନିଅନ୍ତି, ତେବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାରେ ମୁକ୍ତି ମିଳିବ ନାହିଁ। ଖଣ୍ଡପିଠ କହିଛନ୍ତି ଯେ, ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି ଏବଂ ସୁପ୍ରିମକୋର୍ଟ ଲାଞ୍ଚ ନେଉଥିବା ବିଧାୟକ କିମ୍ବା ସାଂସଦଙ୍କୁ ମୁକ୍ତିରେ ଅସହମତି ପ୍ରକାଶ କରିଛନ୍ତି। 

ସୁପ୍ରିମକୋର୍ଟର ୭ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ‘ସୀତା ସୋରେନ୍ ବନାମ ଭାରତ ସରକାର’ ମାମଲାରେ ଏହି ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୦୫ (୨) ଏବଂ ୧୯୪ (୨) ଅନୁଯାୟୀ ସାଂସଦ ଏବଂ ବିଧାୟକମାନେ ଉପଭୋଗ କରୁଥିବା ବିଶେଷାଧିକାରର ବ୍ୟାଖ୍ୟା କରିଛନ୍ତି। ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ଙ୍କ ବ୍ୟତୀତ ଜଷ୍ଟିସ୍ ଏସ୍ ବୋପାନ୍ନା, ଜଷ୍ଟିସ୍ ଏମ୍‌ଏମ୍‌ ସୁନ୍ଦରେଶ, ଜଷ୍ଟିସ୍ ପିଏସ୍ ନରସିଂମ୍ହା, ଜଷ୍ଟିସ୍ ଜେ.ବି ପାରଦୀୱାଲା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ରହିଛନ୍ତି।

ଅଦାଲତରେ ପ୍ରଶ୍ନ ଉଠିଥିଲା ଯେ ଲାଞ୍ଚ ବଦଳରେ ସଂସଦରେ ଭାଷଣ ଦେବା କିମ୍ବା ଗୃହରେ ଭୋଟ୍ ଦେବା ମାମଲାରେ ଜନ ପ୍ରତିନିଧୀମାନେ ଆଇନଗତ ପ୍ରକ୍ରିୟାରୁ ସୁରକ୍ଷା ଦାବି କରିପାରିବେ କି? ୧୯୯୮ ର ନିଜସ୍ୱ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କୁ ପୁନର୍ବିଚାର କରିବାକୁ ପଡ଼ିଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ବିଧେୟକରେ କୌଣସି ସଦସ୍ୟଙ୍କ ଦ୍ୱାରା ଦୁର୍ନୀତି କିମ୍ବା ଲାଞ୍ଚର ପ୍ରଭାବ, ଜନସାଧାରଣ ଜୀବନରେ ଅଖଣ୍ଡତାକୁ ନଷ୍ଟ କରିଦିଏ।

ଏହିପରି ଭାବରେ, ସାଂସଦ କିମ୍ବା ବିଧାୟକମାନେ ଗୃହରେ ଭୋଟ୍ ଦେବା ପାଇଁ ଲାଞ୍ଚ ନେଲେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇପାରିବେ ନାହିଁ। ୧୯୯୮ର ନରସିଂହ ରାଓ ବିଚାରକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୧୯୯୮ରେ, ୫ ଜଣ ବିଚାରପତିଙ୍କ ଏକ ସମ୍ବିଧାନିକ ଖଣ୍ଡପୀଠ ଦୁଇ ତୃତିୟାଂଶ ବହୁମତ ସହିତ ନିଷ୍ପତ୍ତି ନେଇଥିଲେ ଯେ, ଏହିପରି ଲାଞ୍ଚ ମାମଲାରେ ଜନ ପ୍ରତିନିଧୀଙ୍କୁ କୋର୍ଟ ଚାଲାଣ କରାଯାଇପାରିବ ନାହିଁ କି କୌରସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

You can also read: ନିର୍ବାଚନ ପାଇଁ ଘୁଞ୍ଚିପାରେ ସିୟୁଇଟି-ୟୁଜି ପରୀକ୍ଷା, ନିର୍ବାଚନ ସୂଚୀକୁ ଦେଖି ପୁନଃ ପ୍ରକାଶ ପାଇବ ପରୀକ୍ଷା ତାରିଖ: ୟୁଜିସ



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.