ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ପୁଞ୍ଜି ବଜାରରେ ମତଦାନ ହ୍ରାସ ପ୍ରଭାବ, ୩ ଦିନରେ ଉଡ଼ିଗଲା ୧୧ ଲକ୍ଷ କୋଟି

ମୁମ୍ବାଇ, ୮।୫: ଦେଶରେ ଚାଲିଥିବା ଲୋକସଭା ନିର୍ବାଚନର ପ୍ରଥମ ତିନୋଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପୂର୍ବ ଦୁଇଟି ଭଳି ତୃତୀୟ ପର୍ଯ୍ୟାୟ ମତଦାନ ହାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ତେବେ ଏହାର ପ୍ରଭାବ ଅନୁଭବ କରିଛି ଭାରତୀୟ ଇକ୍ୱିଟି ବଜାର । ନିର୍ବାଚନୀ ଫଳାଫଳକୁ ନେଇ ନିବେଶକଙ୍କ ମଧ୍ୟରେ ଏବେ ଏକ ପ୍ରକାର ଆଶଙ୍କା ଦେଖାଦେଲାଣି, ଯାହାଫଳରେ ଗତ ୩ଟି କାରବାର ଦିବସରେ ଭାରତୀୟ ପୁଞ୍ଜି ବଜାର ସଂକୁଚିତ ହୋଇଛି । ଏହି ୩ଟି କାରବାର ଦିବସରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୧,୦୦୦ ପଏଣ୍ଟରୁ ଊର୍ଦ୍ଧ୍ୱ ସଂକୁଚିତ ହୋଇଛି । ଏହି ହ୍ରାସ ଫଳରେ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ଖସିଯାଇଛି । 

ପୂର୍ବରୁ ନିବେଶକ ବିଜେପିର ସହଜ ଏବଂ ସୁନିଶ୍ଚିତ ବିଜୟକୁ ନେଇ ଶତପ୍ରତିଶତ ନିଶ୍ଚିତ ଥିଲେ । କିନ୍ତୁ ଏବେ ମତଦାନ ହାର କମିବା ଫଳରେ ବଜାରରେ ଏ ନେଇ ଏକ ପ୍ରକାର ଅନିଶ୍ଚିତତାର ମାହୋଲ ରହିଛି । ହୁଏତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଯାଏ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ବଜାରରେ ଏହି ଦୋଳାୟମାନ ସ୍ଥିତି ଜାରି ରହିବ ବୋଲି କହିଛନ୍ତି ଜିଓଜିତ ଫାଇନାନ୍‌ସିଆଲ ସର୍ଭିସେସ୍‌ର ଡ. ଭି.କେ. ବିଜୟକୁମାର । ଷ୍ଟକ୍‌ ବଜାରର ଫିୟର୍‌ ଇଣ୍ଡେକ୍ସ ଇଣ୍ଡିଆ ‘ଭିଆଇଏକ୍ସ’ ୬୬% ବୃଦ୍ଧି ପାଇ ୫୨ ସପ୍ତାହର ସର୍ବୋଚ୍ଚ ସ୍ତର ଛୁଇଁଛି । କ୍ରମାଗତ ୯ଟି କାରବାର ଦିବସରେ ଏହି ସୂଚକାଙ୍କରେ ବୃଦ୍ଧି ଦେଖିବାକୁ ମିଳିଛି । ବର୍ତ୍ତମାନ ବଜାରରେ ଦେଖାଦେଇଥିବା ଅସ୍ଥିରତା ଜୁନ୍‌ ୪ରେ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ଜାରି ରହିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପ୍ରଥମ ଦୁଇଟି ପର୍ଯ୍ୟାୟ ଭୋଟରେ ମତଦାନ ହାରରେ ହ୍ରାସ ଦେଖିବାକୁ ମିଳିଥିଲା । 

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଥିଲା । ଦିନ ଗୋଟାଏ ସୁଦ୍ଧା ମତଦାନ ହାର ୪୦% କମ୍‌ ରହିଥିଲା । ଓଭର୍‌ଭ୍ୟାଲ୍ୟୁଏସନ୍‌ ମଧ୍ୟ ବଜାର ଖସିବାର ଅନ୍ୟ ଏକ କାରଣ ବୋଲି କହିଛନ୍ତି ବିଶେଷଜ୍ଞ ଆଦିତ୍ୟ ଆରୋରା । ସେ କହିଛନ୍ତି ଯେ, ନିକଟ ଭବିଷ୍ୟତରେ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି ୧୦୦୦ରୁ ୪୦୦୦ ପଏଣ୍ଟ ମଧ୍ୟରେ ଖସିପାରେ । ସେ ଆହୁରି କହିଛନ୍ତି ଯେ, ଯଦି ନିର୍ବାଚନ ଫଳାଫଳ ଭଲ ରୁହେ ତେବେ ବଜାରରେ ସ୍ୱଳ୍ପ ସମୟ ପାଇଁ ବୃଦ୍ଧି ଦେଖାଦେଇପାରେ । ସୂଚନାଯୋଗ୍ୟ, ମେ’ ମାସର ୩ଟି କାରବାର ଦିବସରେ ବିଦେଶୀ ପୋର୍ଟାଫୋଲିଓ ନିବେଶକ(ଏଫ୍‌ଆଇଆଇ)ମାନେ ଭାରତୀୟ ପୁଞ୍ଜି ବଜାରରୁ ୫,୫୨୫ କୋଟି ଟଙ୍କା ପ୍ରତ୍ୟାହାର କରିସାରିଲେଣି । ଏହା ମଧ୍ୟ ବଜାରରେ ପତନର ଅନ୍ୟତମ ପ୍ରମୁଖ କାରଣ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.