କୋଣାର୍କ,୨।୯(ଆପ୍ର) ଗୋପ ଥାନା ଅଧୀନ ଗଣେଶ୍ୱରପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନିକଟରୁ ଅବକାରୀ ପୋଲିସ ୧୬୦ ଗ୍ରାମ ବ୍ରାଉନସୁଗାର ଓ ବାଇକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦେବରାଜ ସେଠୀ।
ଏକ ବାଇକରେ ବ୍ରାଉନସୁଗାର ନେଇ ଦେବରାଜ ସେଠୀ ଯାଉଥିବା ବେଳେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀଣୀ ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ଏକ ଟିମ ଅଟକାଇ ଯାଞ୍ଚ କରିଥିଲା। ତାଙ୍କ ନିକଟରୁ ୧୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ। ଜବତ ବ୍ରାଉନସୁଗାରର ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ। ଦେବରାଜ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଲୋକନାଥ ପାତ୍ର,ବିଶ୍ୱଜିତ ମହାପାତ୍ର,ଶେଖ ୱାରିସ, ସଂଜୀବ ହସ୍ତୀ ପ୍ରମୁଖ ସାମିଲ ହୋଇଥିଲେ।
ଆହୁରି ପଢନ୍ତୁ : ବାହାନଗା ଟ୍ରେନ ଟ୍ରାଜେଡି : ଗିରଫ ୩ ଜଣଙ୍କ ବିରୋଧ ଚାର୍ଜସିଟ ଦାଖଲ କଲା ସିବିଆଇ