ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ସଇନ୍ତଳାରେ ଡେଙ୍ଗୁ ଆତଙ୍କ, ୧୮ଜଣ ପଜିଟିଭ ଚିହ୍ନଟ

ସଇନ୍ତଳା,୦୬/୦୭: ସଇନ୍ତଳା ସହରରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ସଇନ୍ତଳା ଗୋପବନ୍ଧୁପଡ଼ାର ୧୮ଜଣ ଆକ୍ରାନ୍ତ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରୁ ୬ ଜଣ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିବା ବେଳେ  ଆଉ କେତେଜଣ ଘରେ ରହି ଚିକିତ୍ସିତ ହେଉଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ସିଡିଏମଓ  ଡା.ପ୍ରଦୀପ ଗୁରୁ ସଇଁନ୍ତଳା ହସପିଟାଲକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ  କରିଛନ୍ତି । 

ଗତ ୧୫ଦିନ ତଳେ ସହର ଜଣେ ୨୮ ବର୍ଷୀୟ ଯୁବକ  ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା ।  ଏହାପରେ ବଲାଙ୍ଗିର ଓ ସଇନ୍ତଳା ଡାକ୍ତରୀ ଟିମ ପହଞ୍ଚି ଅସୁସ୍ଥଙ୍କ ରକ୍ତ  ନମୁନା ସଂଗ୍ରହ କରି ପଠାଯାଇଥିଲା । ତାହା ପରୀକ୍ଷଣ ପରେ ୧୮ଜଣଙ୍କ  ରକ୍ତ ନମୁନା ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

  • PrameyaOdia
  • prameya
  • dengue
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.