ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଦେବୀ ନଦୀରେ ବୁଡି ୩ ନାବାଳକ ମୃତ

କୋଣାର୍କ, ୧୮।୬  - ଦେବୀନଦୀରେ ଗାଧୋଇବା ସମୟରେ ବୁଡିଯାଇ ତିନିଜଣ ନାବାଳକ ଙ୍କ ମୃତ୍ୟୁ ହୋଇଛି। ମୃତକ ନାବାଳକ ସମସ୍ତେ ଗୋଟିଏ ପରିବାରର। ମୃତକ ମାନେ ଅସ୍ତରଙ୍ଗ ନିକଟ ବାଲିଡିଆ ଗ୍ରାମର ଓମ୍ ବେହେରା (୧୪),ରୋହନ ବେହେରା (୧୪),କାହ୍ନା ବେହେରା (୧୩)। 

ଅସ୍ତରଙ୍ଗ ନିକଟ ବାଲିଡିଆ ଗ୍ରାମର ଓମ୍ , ରୋହନ ଓ କାହ୍ନା  ଗାଧୋଉଥିବା ବେଳେ ନଦୀରେ ଗର୍ଭ ଭିତରକୁ ଗୋଡ଼ ଖସିଯାଇଥିଲା I ଫଳରେ ନଦୀରେ ୩ ଜଣ ବୁଡିଯାଇଥିଲେ। ଘରକୁ ଆସିବାରେ ବିଳମ୍ବ ହେବାରୁ ଘର ଲୋକ ଖୋଜାଖୋଜି କରିଥିଲେ  I  ଦୀର୍ଘ ସମୟ ପରେ ଭାସମାନ ଅବସ୍ଥା ରେ ଲୋକେ ଉଦ୍ଧାର କରିଥିଲେ।   ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।  ଗୁରୁତର ହେବାରୁ ଚାରିଛକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା I ଚାରିଛକ ରେ ଉକ୍ତ ନାବାଳକ ମାନଙ୍କୁ  ଡାକ୍ତର ମୃତ ଘୋଷଣା  କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.