ଭୁବନେଶ୍ଵର, ୦୩।୦୩ : କଟକ ମଙ୍ଗୁଳି ଟୋଲ୍ ପ୍ଲାଜା ନିକଟରୁ ୩୫୧ ଜୀବନ୍ତ କଇଁଛ ଉଦ୍ଧାର। ଡିଆର୍ଆଇ ଏହି କଇଁଚ୍ଛକୁ ଜବତ କରିଛି। ଏହି ଘଟଣାରେ ତିନି ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏକ କାର୍ ମଧ୍ୟ ଜବତ କରାଯାଇଛି।
ସୂଚନାନୁଯାୟୀ, ୩୫୧ଟି କଇଁଛ ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ଚାଲାଣ ହେଉଥିଲା। ଚୋରା ଚାଲାଣ ନେଇ ଗୁଇନ୍ଦା ସୂତ୍ରରୁ ଡିଆର୍ଆଇ ସୂଚନା ପାଇ କଟକ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ଛକି ରହିଥିଲା। ଏକ କାର୍ରେ ତିନି ଜଣ ବ୍ୟବସାୟୀ ଏହି କଇଁଚ୍ଛକୁ ନେଇ ଯାଉଥିବା ବେଳେ ଧରିଥିଲା ଡିଆର୍ଆଇ । ଜବତ ପରେ ସମସ୍ତ କଇଁଚ୍ଛକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି। ଏହାସହିତ ଅଟକ ବ୍ୟବସାୟୀଙ୍କୁ ମଧ୍ୟ ଜେରା ଚାଲିଛି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି, ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।