ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାୟଗଡ଼ ପୋଲସକୁ ସଫଳତା: ୩୮ କେଜି ଗଞ୍ଜେଇ ଜବତ ଦୁଇ ଗିରଫ

ରାୟଗଡ଼(ଗଜପତି) ୦୬/୦୨: ଚୋରାରେ ହେଉଥିଲା ଗଞ୍ଜେଇ ଚାଲଣ। ରାୟଗଡ଼ ପୋଲିସକୁ ମିଳିଲା ବିଶେଷ ସୂଚନା। ସୋମବାର ସନ୍ଧ୍ୟାରେ ରାଜପୁର ନଦୀ ନିକଟରେ ଚଢ଼ଉ କରି ଦୁଇ ଜଣଙ୍କୁ ମାଡ଼ିବସିଲା ପୋଲିସ। ୩୮ କେଜି ଗଞ୍ଜେଇ ସହ ଦୁଇ ବାଇକ୍ ଜବତ।

ସୂଚନା ଯୋଗ୍ୟ ଯେ, ରା. ଉଦୟଗିରି ଥାନା ଅନ୍ତର୍ଗତ ଟୀକାମାଳ ଗ୍ରାମର  କେଶବ ରଇତ (୨୦) ,ମୁନୁ ରଇତ (୩୧)ଏହି ଦୁଇଜଣ ବ୍ୟକ୍ତି   ବାଇକ୍ ନଂ ଓଆର୍‌୦୭ଏକ୍ସ ୨୮୯୭ ଓ ହୋଣ୍ଡା ସାଇନ୍ ବାଇକ୍ ନଂ ଓଡ଼ି୦୭ଏ ୨୧୫୨ ଗଞ୍ଜେଇ ନେଇ ପଲାଶା ଯାଉଥିବା ବେଳେ ରାୟଗଡ଼ ପୁଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଜପୁର ନଦୀ ନିକଟରେ ଧରିଥିଲା। ଉଭୟଙ୍କ ଠାରୁ ୩୮ କେଜି ଗଞ୍ଜେଇ ସହ ଦୁଇ ବାଇକ୍କୁ ଜବତ କରିଛି ପୁଲିସ। ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ରାଜକିଶୋର ପଟ୍ଟନାୟକ ଉପସ୍ଥିତ ଥିଲେ। ଦୁଇ ଜଣଙ୍କୁ ଗିରଫ କରି  କେସ୍ ନଂ ୧୦/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁନୀଲ କୁମାର ବେହେରା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.