ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଝାଡ଼ଖଣ୍ଡରୁ ୫ ସିମ୍ ବକ୍ସ ଜବତ କଲା ସ୍ପେଶାଲ ସ୍କ୍ଵାଡ୍, ଆତଙ୍କୀ ଲିଙ୍କ୍ ନେଇ ଭୁବନେଶ୍ୱରରେ ଖୋଳତାଡ଼ କରୁଛି NIA

ଭୁବନେଶ୍ୱର ୨୦।୦୮ : ଭୁବନେଶ୍ଵର ଏବଂ କଟକ ପରେ ଏବେ ଝାଡ଼ଖଣ୍ଡ ରାଞ୍ଚିରୁ ଜବତ ହେଲା ସିମ୍‌ବକ୍ସ। ରାଞ୍ଚିର ମୌଲାନା ଆଜାଦ କଲୋନୀରୁ ୫ଟି ସିମ୍‌ ବକ୍ସ ଜବତ ହୋଇଛି। ଏହାକୁ ୬ ମାସ ତଳେ ଇନଷ୍ଟଲ କରିଥିଲା ଅଭିଯୁକ୍ତ ରାଜୁ ମଣ୍ଡଳ। ଏହା ଦ୍ଵାରା ପ୍ରାୟ ୧ ହଜାରରୁ ଅଧିକ ସିମ୍ ଆକ୍ଟିଭେଟ୍ କରାଯାଇଛି। ସେପଟେ ଆତଙ୍କୀ ଲିଙ୍କ୍ ନେଇ ଦୁଇ ଜଣିଆ ଏନଆଇଏ ଟିମ୍ ଓଡ଼ିଶାରେ ତଦନ୍ତ କରୁଛନ୍ତି। ଏଯାବତ୍ ଭୁବନେଶ୍ଵର ଏବଂ କଟକରୁ ୧୨ଟି ସିମ୍ ବକ୍ସ ଜବତ ହୋଇଛି।

ସୂଚନାନୁଯାୟୀ, ସ୍ପେଶାଲ ସ୍କ୍ୱାଡ୍‌, ଲକ୍ଷ୍ମୀସାଗର ଥାନା ପୁଲିସ ଓ ସାଇବର ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍‌ ରାଞ୍ଚିରେ ଖୋଳତାଡ଼ କରୁଛି। ମଙ୍ଗଳବାର ସକାଳେ ସ୍ଥାନୀୟ ପୁଲିସ ସହାୟତାରେ ରାଞ୍ଚିର ମୌଲାନା ଆଜାଦ କଲୋନୀରେ ଅଭିଯୁକ୍ତ ରାଜୁ ମଣ୍ଡଳର ଭଡ଼ା ଘରେ ଚଢାଉ ହୋଇଛି। ଏଠାରୁ ୫ଟି ସିମ୍‌ ବକ୍ସ ଜବତ ହୋଇଛି। ଏହି ସମସ୍ତ ସମସ୍ତ ସିମ୍‌ ବକ୍ସ ଜବତ କରାଯାଇ ଭୁବନେଶ୍ୱର ଅଣାଯିବ। ଏତଦ୍ ବ୍ୟତୀତ ରାଜୁର ୨ଟି ଓ ତା’ ସ୍ତ୍ରୀ ନାଁରେ ଥିବା ଗୋଟିଏ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ମଗାଯାଇଛି। ରାଜୁର ୨ଟି ଫୋନ ପେ’ ଆକାଉଣ୍ଟରେ ହୋଇଥିବା ଟଙ୍କା କାରବାରର ହିସାବନିକାଶ ଚାଲିଛି।

ପ୍ରକାଶ ଥାଉକି, ଅଭିଯୁକ୍ତ ରାଜୁ ମଣ୍ଡଳ ରିମାଣ୍ଡ ବେଳେ ସିମ୍‌ ବକ୍ସ ବେପାରର ଇତିହାସ ବଖାଣିଛି। ସେ କହିଛି ଯେ, ପଶ୍ଚିମବଙ୍ଗ ବସିରହାଟ ସୀମା ଦେଇ ଲୁଗା ବ୍ୟବସାୟ ପାଇଁ ବସ୍‌ ଯୋଗେ ସେ ଅଧିକାଂଶ ସମୟ ବାଂଲାଦେଶ ଯା’ ଆସ କରୁଥିଲା । ବାଂଲାଦେଶର ବନଗାଁଓରେ ସେ ଅସାଦ୍ଦୁରକୁ ଭେଟିଥିଲା । ସମ୍ପର୍କ ବଢ଼ିବା ପରେ ସିମ୍‌ବାକ୍ସ କାରବାର ପାଇଁ ଅସାଦ୍ଦୁର ତାକୁ ପ୍ରଲୋଭନ ଦେଖାଇଥିଲା । ଯୋଜନା ମୁତାବକ ଉଭୟେ ଅକ୍ଟୋବରରେ ପ୍ରଥମଥର ପାଇଁ ଭୁବନେଶ୍ୱର ଆସିଥିଲେ । ସେତେବେଳେ କଟକ ରୋଡରେ ଥିବା ଲିଙ୍ଗରାଜ ହୋଟେଲରେ ୨ ଦିନ ପାଇଁ ରହିଥିଲେ ।  ରାଜୁର ତଥ୍ୟ ଅନୁସାରେ ଏକ ପୁଲିସ ଦଳ ଆଜି ପୂର୍ବାହ୍ଣରେ ଲିଙ୍ଗରାଜ ହୋଟେଲ ରେଜିଷ୍ଟାର ଖାତା ଯାଞ୍ଚ କରିଛି । ହୋଟେଲ କର୍ମଚାରୀଙ୍କୁ ଅସାଦ୍ଦୁର ସମ୍ପର୍କରେ ପଚାରି ବୁଝିଛି । ସେତେବେଳେ ବିଦେଶୀ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ‘ସି ଫର୍ମ’କୁ ବ୍ୟବହାର କରି ନଥିବା ହୋଟେଲ କର୍ମଚାରୀ ମାନିଛନ୍ତି । ଏମିତିକି ସରାଇ ଆପ୍‌ରେ ମଧ୍ୟ ଅସାଦ୍ଦୁରର ନାମ ଠିକଣା ଉଲ୍ଲେଖ କରିନାହାନ୍ତି । ଏ ବାବଦରେ ହୋଟେଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସୂଚାଇଛି ।

ଚୀନରୁ ଗଳାବାଟରେ ଆସୁଛି ସିମ୍‌ ବକ୍ସ

ସାଧାରଣତଃ ସିମ୍‌ ବକ୍ସ ଚୀନରେ ତିଆରି ହେଉଛି । ଚୀନରେ ‘ଟମାସି’ ଓ ଥାଇଲାଣ୍ଡରେ ‘ଟିସିମ୍‌’ ନାଁରେ ବିଭିନ୍ନ ବ୍ରାଣ୍ଡର ସିମ୍‌ବକ୍ସ ବିକାଯାଉଛି । ସିମ୍‌ ବକ୍ସ ମିଳିବା ସେତେଟା କଷ୍ଟ ନୁହେଁ । ୫୧୨ଟି ସିମ୍‌କାର୍ଡ ବିଶିଷ୍ଟ ସିମ୍‌ ବକ୍ସ ଅତିକମ୍‌ରେ ୧ ଲକ୍ଷ ୩୦ ହଜାର ଟଙ୍କାରେ ମିଳିଯାଉଛି । ଆତଙ୍କୀ ସଂଗଠନ ଓ ସାଇବର ଅପରାଧୀ ନାନା ଗଳାବାଟରେ ସିମ୍‌ ବକ୍ସ ହାତଉଛନ୍ତି । ଅଲିବାବା.କମ୍‌ ଯୋଗେ ଚୀନରୁ ମଗାଉଛନ୍ତି । କଷ୍ଟମ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ଜଳପଥ ବାଟେ ଓଡି଼ଶାକୁ ଆଣୁଛନ୍ତି । ଢ଼ିଲା ଯାଞ୍ଚ ଯୋଗୁଁ ବାଂଲାଦେଶ ସୀମା ଦେଇ ଆଣିବା ଆହୁରି ସହଜ ହେଉଛି । 

ମଧ୍ୟ ଏସୀୟ ଦେଶରେ ବହୁଳ ବ୍ୟବହାର

ଆଫଗାନିସ୍ତାନ, ଉଜ୍‌ବେକିସ୍ତାନ, କାଜଖସ୍ତାନ, ତୁର୍କମେନିସ୍ତାନ, କିର୍ଜିକସ୍ତାନ ଭଳି ମଧ୍ୟ ଏସୀୟ ଦେଶରେ ସିମ୍‌ ବକ୍ସର ଚାହିଦା ବେଶୀ । ୟୁଏଇ, ଓମାନ, ଚାଇନା, ସିରିଆ, ଉତ୍ତର କୋରିଆ, ଭଳି ଦେଶରେ ହ୍ୱାଟସ୍‌ଆପ୍‌ ଓ ସ୍କାଇପ୍‌ ଭଳି ଆପ୍‌ ବ୍ୟାନ୍‌ କରାଯାଇଛି । ତୁର୍କୀ, ଇସ୍ରାଇଲ୍‌, ଜୋର୍ଡାନ, କୁଏତ୍‌, ପାଲେଷ୍ଟାଇନ୍‌, ଲେବାନନ୍‌ ଭଳି ମଧ୍ୟ ପୂର୍ବ ଏସୀୟ ଦେଶର ବାସିନ୍ଦା ମଧ୍ୟ ଏହି ବେଆଇନ୍‌ ଇଣ୍ଟରନେଟ ମାଧ୍ୟମକୁ ବ୍ୟବହାର କରୁଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.