ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବିପଦପୂର୍ଣ୍ଣ ଭାଇରସ୍‌ ଚିହ୍ନଟ କରିବ ନୂଆ ପଦ୍ଧତି, ପରବର୍ତ୍ତୀ ମହାମାରୀ ପୂର୍ବରୁ ଚେତାବନୀ ଦେବ AI

ୱାଶିଂଟନ,୧୨/୦୯: ବୈଜ୍ଞାନିକମାନେ ଏଭଳି  ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)  ସିଷ୍ଟମ୍‌ର ବିକାଶ କରିଛନ୍ତି, ଯାହା ପରବର୍ତ୍ତୀ ମହାମାରୀ  ପୂର୍ବରୁ ଚେତାବନୀ ଦେବ । ଏହା ବିପଦପୂର୍ଣ୍ଣ ଭାଇରସ୍‌ ଚିହ୍ନଟ କରିବ, ଫଳରେ ମହାମାରୀକୁ  ରୋକିବା ଓ ନିୟନ୍ତ୍ରଣ କରିବାରେ ସହାୟକ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଭାରିଆଣ୍ଟ୍‌ ଅଫ୍‌  କନ୍‌ସର୍ନ ଅର୍ଥାତ୍‌ ଦ୍ରୁତ ବେଗରେ ବ୍ୟାପୁଥିବା ବିପଦପୂର୍ଣ୍ଣ ଭାଇରସ୍‌ ଗମ୍ଭୀର ଲକ୍ଷଣ ପ୍ରଦର୍ଶନ କରନ୍ତି ଏବଂ ଆଣ୍ଟିବଡିକୁ ଚକ୍‌ମା ଦେଇପାରନ୍ତି ।  ଅନ୍ୟପକ୍ଷେ, ଭାରିଆଣ୍ଟ୍‌ ଅଫ୍‌ ଇଣ୍ଟ୍ରେଷ୍ଟ୍‌ କରୋନାର ଭଳି ଭାରିଆଣ୍ଟ୍‌, ଯାହା ଭାଇରସ୍‌ର ସଂକ୍ରମଣ,  ଗମ୍ଭୀର ଲକ୍ଷଣ, ପ୍ରତିରକ୍ଷା ପ୍ରଣାଳୀକୁ ମାତ୍‌ ଦେବା,  ଚିହ୍ନଟରୁ ବଞ୍ଚିବାର କ୍ଷମତା ପ୍ରଦର୍ଶନ କରନ୍ତି । ସଦ୍ୟ ବିକଶିତ ଏଆଇ ସିଷ୍ଟମ୍‌ର ନାଁ ଅର୍ଲି ୱାର୍ନିଂ ଅନୋମଲି ଡିଟେକ୍ସନ୍‌ ସିଷ୍ଟମ୍‌ (ଇଡବ୍ଲ୍ୟୁଏଡି)  । ଆମେରିକାର ସ୍କ୍ରିପ୍ସ ରିସର୍ଚ୍ଚ ଓ ନର୍ଥୱେଷ୍ଟର୍ନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଇଡବ୍ଲ୍ୟୁଏଡିର  ବିକାଶ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା  ମେସିନ୍‌ ଲର୍ନିଂର ସାହାଯ୍ୟ ନେଇଥିଲେ। ମେସିନ୍‌  ଲର୍ନିଂରେ ପ୍ୟାଟର୍ନ ଚିହ୍ନଟ କରିବା, ଆଲ୍‌ଗୋରିଦମ୍‌  ବିକଶିତ କରିବା ଏବଂ ଭବିଷ୍ୟତରେ ଏହି ପ୍ୟାଟର୍ନ  କିଭଳି କାମ କରନ୍ତି, ତାହା ଜାଣିବା ଲାଗି କମ୍ପ୍ୟୁଟର  ଜରିଆରେ ତଥ୍ୟକୁ ବିଶ୍ଳେଷଣ କରାଯାଏ । 

କରୋନା  ଭାଇରସ୍‌ର ସଂକ୍ରମଣ ତଥ୍ୟ ସହ ଯେତେବେଳେ ଏହାକୁ ମିଶାଗଲା, ଏହା ଜରିଆରେ ଭାଇରସ୍‌ର  ମ୍ୟୁଟେସନ୍‌ ଓ ଭବିଷ୍ୟତରେ ସାମ୍ନାକୁ ଆସିବାକୁ  ଥିବା ଭାରିଆଣ୍ଟ୍‌ ବିଷୟରେ ସଠିକ୍‌ ତଥ୍ୟ ମିଳିଲା । ଭାଇରସ୍‌ର କେଉଁ ଭାରିଆଣ୍ଟ୍‌ ଅଧିକ ବିପଦପୂର୍ଣ୍ଣ, ଯାହା  ଯୋଗୁ ମହାମାରୀ ଆସିବ, ତାହା ମଧ୍ୟ ଜଣାପଡ଼ିଲା ।  ପରୀକ୍ଷାରେ ଏଆଇକୁ କୋଭିଡ୍‌-୧୯ ଜନିତ ମୃତ୍ୟୁ  ସଂଖ୍ୟା, ସାର୍ସ-କୋଭ୍‌-୨ ଭାରିଆଣ୍ଟ୍‌ର ଜେନେଟିକ୍‌  ସିକ୍ୱେନ୍ସିଙ୍ଗ ଏବଂ ଏହି ଭାରିଆଣ୍ଟ୍‌ କେତେ ଦ୍ରୁତ ବ୍ୟାପୁଛନ୍ତି, ସେ ବିଷୟରେ ତଥ୍ୟ ଦିଆଗଲା । ସଂକ୍ରମଣ  ହାର ବୃଦ୍ଧି ଓ ମୃତ୍ୟୁ ହାର ହ୍ରାସ ପାଇବା ସମୟରେ ଏହି  ସିଷ୍ଟମ୍‌ ଜିନ୍‌ଗତ ପରିବର୍ତ୍ତନ ଚିହ୍ନଟ କଲା । 

ମାଇକ୍ରୋବାୟୋଲୋଜିଷ୍ଟ୍‌ ୱିଲିୟମ୍‌ ବାଲ୍‌ଚ  କହିଛନ୍ତି, ପରୀକ୍ଷଣ ସମୟରେ ଆମେ ପ୍ରମୁଖ ଜିନ୍‌  ଭାରିଆଣ୍ଟ୍‌ ଦେଖିଲୁ। ଏଗୁଡ଼ିକ ଦ୍ରୁତ ବଢୁଥିଲେ  ଏବଂ ବ୍ୟାପୁଥିଲେ । ମୃତ୍ୟୁ ହାର ମଧ୍ୟ ବଢୁଥିଲା । ଭାରିଆଣ୍ଟ୍‌ସ ଅଫ୍‌ କନ୍‌ସର୍ନ ଅର୍ଥାତ୍‌ ଦ୍ରୁତ ବ୍ୟାପୁଥିବା  ବିପଦପୂର୍ଣ୍ଣ ଭାରିଆଣ୍ଟ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଔପଚାରିକ ରୂପେ ନାମିତ କରିବାର କିଛି ସପ୍ତାହ  ପୂର୍ବରୁ ଏହା ହେଉଥିଲା । ପୂର୍ବ ଘଟଣା ସହ ଏହି  ମଡେଲର ପରୀକ୍ଷା ସହିତ ବାସ୍ତବ ଓ ଆନୁମାନିକ  ତଥ୍ୟର ତୁଳନା କରାଗଲା । ଟିକାକରଣ ଓ ମାସ୍କ  ପିନ୍ଧିବା ପରେ ମଧ୍ୟ ଭାଇରସ୍‌ ଲଗାତାର ବଦଳୁଥିଲା  ବୋଲି ଇଡବ୍ଲ୍ୟୁଏଡି ଜରିଆରେ ବୈଜ୍ଞାନିକମାନେ  କହିଛନ୍ତି ବୋଲି ସେ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.