ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଶ୍ରୀଲଙ୍କାରେ କମିବ ଚୀନ୍‌ ପତିଆରା: କଲମ୍ବୋରେ ଆଦାନି ପ୍ରକଳ୍ପରେ ନିବେଶ କରିବ ଆମେରିକା

ନୂଆଦିଲ୍ଲୀ,୦୯/୧୧: ଶ୍ରୀଲଙ୍କାରେ ଚୀନ୍‌ର ବର୍ଦ୍ଧିତ ପ୍ରଭାବ କମ୍‌ କରିବାକୁ ଆମେରିକା ଓ ଭାରତ ରଣନୀତିରେ ସାମିଲ ହୋଇଛନ୍ତି । ଏହି କ୍ରମରେ ଆମେରିକା ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଭାରତୀୟ ଉଦ୍ୟୋଗୀ ଗୌତମ ଆଦାନିଙ୍କ ନେତୃତ୍ୱାଧୀନ ଆଦାନି ଗ୍ରୁପ୍‌ ଦ୍ୱାରା ନିର୍ମାଣ ହେଉଥିବା ବନ୍ଦରରେ ୫୫.୩ କୋଟି ଡଲାର ନିବେଶ କରିବାକୁ ନିଷ୍ପତ୍ତି ନେଇଛି । ଉଭୟ ରାଷ୍ଟ୍ର ଦୀପ ଦେଶ ଶ୍ରୀଲଙ୍କାରେ ଚୀନ୍‌ର ଆଧିପତ୍ୟକୁ କମ୍‌ କରିବାକୁ ଚାହୁଁଛନ୍ତି । ଉକ୍ତ କ୍ରମରେ ଏ ନିଷ୍ପତ୍ତି ଗୁରୁତ୍ୱ ବହନ କରୁଛି । 

ଚୀନ୍‌ ଶ୍ରୀଲଙ୍କାକୁ ପ୍ରଚୁର ମାତ୍ରାରେ ଋଣ ପ୍ରଦାନ କରିଛି । ଚାଇନା ଋଣରେ ହିଁ ଏଠାରେ ଅନେକ ବନ୍ଦର ଏବଂ ରାଜପଥ ପ୍ରକଳ୍ପ ପ୍ରସ୍ତୁତ ହୋଇଛି । ଏଭଳି ସ୍ଥିତିରେ ଭାରତ ଏବଂ ଆମେରିକା ଉଭୟ ଶ୍ରୀଲଙ୍କାରେ ନିବେଶ ବଢ଼ାଇ ସେଠାରେ ଡ୍ରାଗନ୍‌ର ପ୍ରଭାବ କମାଇବାକୁ ଚାହାନ୍ତି। 

ରିପୋର୍ଟ ଅନୁସାରେ, ୟୁଏସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ ଡେଭଲପ୍‌ମେଣ୍ଟ ଫାଇନାନ୍ସ କର୍ପୋରେଶନ ଶ୍ରୀଲଙ୍କାରେ ଆଦାନିର ଯୌଥ ଉଦ୍ୟୋଗ କଲମ୍ବୋ ୱେଷ୍ଟ ଇଣ୍ଟର୍‌ନ୍ୟାସ୍‌ନାଲ ଟର୍ମିନାଲ(ସିଡବ୍ଲ୍ୟୁଆଇଟି)ରେ ୫୫.୩ କୋଟି ଡଲାର ବା ୪,୬୦୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି । ସୂଚନାଯୋଗ୍ୟ, ସିଡବ୍ଲ୍ୟୁଆଇଟି ଭାରତର ସର୍ବବୃହତ୍‌ ପୋର୍ଟ ଅପରେଟର ଆଦାନି ପୋର୍ଟସ ଆଣ୍ଡ୍‌ ଏସ୍‌ଇଜେଡ୍‌, ଶ୍ରୀଲଙ୍କାର ପ୍ରମୁଖ ସଂସ୍ଥା ଜନ୍‌ କିଲ୍ସ ହୋଲ୍‌ଡିଙ୍ଗ୍‌ସ ଏବଂ ଶ୍ରୀଲଙ୍କା ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଗଠିତ ଏକ କନ୍‌ସୋର୍ଟିୟମ୍‌ ।

 ତେବେ ଆମେରିକୀୟ ନିବେଶ ଦ୍ୱାରା ଗୌତମ ଆଦାନିଙ୍କ କମ୍ପାନିଗୁଡ଼ିକୁ ଶକ୍ତି ମିଳିବ, ଯେଉଁମାନେ ହିଣ୍ଡେନ୍‌ବର୍ଗ ରିପୋର୍ଟ ଯୋଗୁ ପ୍ରଭାବିତ ହୋଇଥିଲେ । ସୂଚନାଯୋଗ୍ୟ, ଡିଏଫ୍‌ସି ଆମେରିକା ସରକାରଙ୍କ ଏକ ଡେଭଲପ୍‌ମେଣ୍ଟ ଫାଇନାନ୍ସ କର୍ପୋରେଶନ୍‌ । ଏହା ଘରୋଇ କମ୍ପାନିଗୁଡ଼ିକ ସହ ଏକତ୍ର ହୋଇ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନଗୁଡ଼ିକୁ ଦୂର କରିବା ନିମନ୍ତେ ଋଣ ପ୍ରଦାନ କରିଥାଏ । ଏହା ଶକ୍ତି, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି, କୃଷି ଏବଂ କ୍ଷୁଦ୍ର ବ୍ୟବସାୟ ଓ ଆର୍ଥିକ ସେବା କ୍ଷେତ୍ରଗୁଡ଼ିକରେ ନିବେଶ କରିଥାଏ । 

ପ୍ରଥମ ଥର ପାଇଁ ଆମେରିକା ସରକାର ଏହାର ଏଜେନ୍ସି ଜରିଆରେ ଏକ ଆଦାନି ପ୍ରକଳ୍ପରେ ନିବେଶ କରୁଛନ୍ତି । ଆଦାନି ଗ୍ରୁପ୍‌ କଲମ୍ବୋ ବନ୍ଦରରେ ଏକ ବିଶ୍ୱସ୍ତରୀୟ କଣ୍ଟେନର ଫ୍ୟାସିଲିଟି ନିର୍ମାଣ କରୁଥିବାବେଳେ ଏହାର ସାମର୍ଥ ଉପରେ ଆମେରିକା ଭରସା ଦେଖାଇଛି । 

ଏ ପରିପ୍ରେକ୍ଷୀରେ ଆଦାନି ପୋର୍ଟସ ଆଣ୍ଡ୍‌ ସ୍ପେସିଆଲ ଇକୋନୋମିକ୍‌ ଜୋନ୍‌ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ସିଇଓ କରନ ଆଦାନି କହିଛନ୍ତି ଯେ, ଆଦାନି ପ୍ରକଳ୍ପରେ  ୟୁଏସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ ଡେଭଲପ୍‌ମେଣ୍ଟ ଫାଇନାନ୍ସ କର୍ପୋରେଶନ୍‌ର ସହଯୋଗକୁ ଆମେ ସ୍ୱାଗତ କରୁଛି । ବିଶ୍ୱର ଅନ୍ୟତମ ବୃହତ୍‌ ବନ୍ଦର ଡେଭଲପର ଏବଂ ଅପରେଟର ଭାବେ ଏପିଏସ୍‌ଇଜେଡ୍‌ କଲମ୍ବୋ ପ୍ରକଳ୍ପରେ ଏହାର ବିଶ୍ୱସ୍ତରୀୟ ନିପୁଣତା ସହ ଭିତ୍ତିଭୂମି ନିର୍ମାଣରେ ଥିବା ଏହାର ବିଶାଳ ଅଭିଜ୍ଞତାକୁ ଲଗାଇଛି । କଲମ୍ବୋ ୱେଷ୍ଟ ଇଣ୍ଟର୍‌ନ୍ୟାସ୍‌ନାଲ ଟର୍ମିନାଲ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏହା କେବଳ କଲମ୍ବୋ ନୁହେଁ ସମଗ୍ର ଦୀପରେ ସାମାଜିକ ଅର୍ଥନୈତିକ ଦୃଶ୍ୟପଟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । ହଜାର ହଜାର ନିଯୁକ୍ତି ସହ ଶ୍ରୀଲଙ୍କାର ବାଣିଜ୍ୟିକ ଇକୋସିଷ୍ଟମ୍‌ ତ୍ୱରାନ୍ୱିତ ହେବ ।

Copyright © 2022 - Summa Real Media Private Limited. All Rights Reserved.