ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଆରୋଗ୍ୟମ୍‌’ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ: ୪୪% ବସ୍ତିବାସିନ୍ଦା ମୋଟାପଣ, ୩୩ ପ୍ରତିଶତ ରକ୍ତହୀନତାର ଶିକାର

ବ୍ରହ୍ମପୁର,୧୦/୧୧: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟ  ପରୀକ୍ଷା ‘ଆରୋଗ୍ୟମ୍‌’ର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ  ପାଇଛି । ଏଥିରେ ୫୪ ହଜାର ୭୮୨ ବସ୍ତିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ୪୪ ପ୍ରତିଶତ  ଅର୍ଥାତ ୧୯୩୧୨ ଜଣଙ୍କ ଠାରେ ଅତ୍ୟଧିକ ମୋଟାପଣ  ସମସ୍ୟା ଦେଖାଦେଇଛି । ପ୍ରତି ଦୁଇ ଜଣଙ୍କ ମଧ୍ୟରୁ  ଜଣଙ୍କ ଠାରେ ଏହି ସମସ୍ୟା ଦେଖିବାକୁ ମିଳିଛି ।  ଏହା ଏକ ଗମ୍ଭୀର ସମସ୍ୟା ହୋଇନଥିଲେ ମଧ୍ୟ  ଆଗକୁ ଏହା ଅନ୍ୟ ଜଟିଳ ରୋଗସୃଷ୍ଟିର କାରଣ  ହୋଇପାରେ ବୋଲି ଏଡିୟୁପିଏଚ୍‌ଓ ଡା ମନୋଜ  କୁମାର ପଣ୍ଡା କହିଛନ୍ତି ।  

୪୨ ୱାର୍ଡ ବିଶିଷ୍ଟ ବିଏମ୍‌ସିରେ ୧୭୨ ପଞ୍ଜିକୃତ ବସ୍ତି ରହିଛି । ବସ୍ତିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା  ପାଇଁ ନଭେମ୍ବର ୨୦୨୨ରେ ଆରୋଗ୍ୟମ ଆରମ୍ଭ  କରାଯାଇଥିଲା । ୩୧ ଅଗଷ୍ଟରେ ସ୍ୱାସ୍ଥ୍ୟ ପରୀକ୍ଷା ଶେଷ  ହୋଇଥିଲା । ବସ୍ତିରେ ରହୁଥିବା ଆର୍ଥିକ ପଛୁଆ ବର୍ଗଙ୍କ  ଠାରେ ମୋଟାପଣ ଭଳି ସମସ୍ୟା ଅଧିକ ମାତ୍ରାରେ  ଦେଖିବାକୁ ମିଳିଛି । ଅନିୟମିତ ଖାଦ୍ୟ ଓ ଜଙ୍କ ଫୁଡ୍‌  ମୋଟାପଣ ବୃଦ୍ଧିର କାରଣ ହୋଇପାରେ ବୋଲି ଡା  ପଣ୍ଡା କହିଛନ୍ତି । ତେବେ ଏହି ସମସ୍ୟା ସାମ୍ନାକୁ ଆସିବା ପରେ ଅଣସଂକ୍ରାମକ ରୋଗ ଶିବିର କରାଯାଇପରୀକ୍ଷଣ, ଔଷଧ ବିତରଣ ଓ ଖାଦ୍ୟରେ ପରିବର୍ତ୍ତନ  ପାଇଁ ପରାମର୍ଶ ଦିଆଯାଇଛି । ଆହୁରି ମଧ୍ୟ ଯୋଗ କ୍ଲାସ୍‌  କରାଯାଇ ମୋଟାପଣ ହ୍ରାସ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ମୋଟାପଣ ଏକ  ଗୁରୁତର ସମସ୍ୟା ହୋଇନଥିଲେ ମଧ୍ୟ ପରବର୍ତ୍ତୀ  ସମୟରେ ଏହା ହୃଦରୋଗ ଓ ଯକୃତ ସମସ୍ୟା ସୃଷ୍ଟିର  କାରଣ ହୋଇପାରେ ବୋଲି ଡା ପଣ୍ଡା କହିଛନ୍ତି ।  

ଗତ ବର୍ଷ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି  ସମୂହ ସ୍ୱାସ୍ଥ୍ୟ ଯାଞ୍ଚରେ ବସ୍ତି ଅଞ୍ଚଳର ୫୪୭୮୨  ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଯେଉଁଥିରେ  ୩୨୫୫୭ ମହିଳା ଏବଂ ୨୨୨୨୫ ପୁରୁଷଙ୍କ ସ୍ୱାସ୍ଥ୍ୟ  ପରୀକ୍ଷା ହୋଇଥିଲା । ସ୍ୱାସ୍ଥ୍ୟ ଯାଞ୍ଚରୁ ସଂଗୃହିତ  ରିପୋର୍ଟ ଅନୁସାରେ, ସର୍ବାଧିକ ୧୯୩୧୨ ଜଣଙ୍କ  ଠାରେ ଅତ୍ୟଧିକ ମୋଟାପଣ, ୧୪୫୯୪ ଜଣଙ୍କ  ନିକଟରେ ରକ୍ତହୀନତା, ୬୦୪୦ ଲୋକଙ୍କ ଠାରେ ଉଚ୍ଚ ରକ୍ତଚାପ ଏବଂ ୨୦୬୩ ଜଣଙ୍କ ଶରୀରରେ ମଧୁମେହ  ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ସ୍ୱାସ୍ଥ୍ୟ ଯାଞ୍ଚ  ହୋଇଥିବା ମୋଟ ଲୋକଙ୍କ ମଧ୍ୟରୁ ୪୪ ପ୍ରତିଶତ  ମେଦବହୁଳତା, ୩୩ ପ୍ରତିଶତ ରକ୍ତହୀନତା, ୧୪  ପ୍ରତିଶତ ଉଚ୍ଚ ରକ୍ତଚାପ, ୫ ପ୍ରତିଶତ ମଧୁମେହ,  ୩ ପ୍ରତିଶତ ଉଭୟ ମେଦବହୁଳତା ଓ ଉଚ୍ଚ ରକ୍ତଚାପ  ଏବଂ ୨ ପ୍ରତିଶତ ଉଚ୍ଚ ରକ୍ତଚାପ ଓ ମଧୁମେହର  ଶୀକାର ଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡ଼ିଛି ।  

ପ୍ରକାଶାଯୋଗ୍ୟ, ଆରୋଗ୍ୟମ୍‌ ପ୍ରକଳ୍ପ ପାଇଁ  ୮୫.୯୪ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ‘ଡିଜିଟାଲ୍‌  ଡାଇଗ୍ନୋଷ୍ଟିକ୍‌ ଡିଭାଇସ୍‌ ୱିଥ୍‌ ମୋବାଇଲ୍‌  ଆପ୍ଲିକେସନ୍‌’ ସହାୟତାରେ ସ୍ୱାସ୍ଥ୍ୟ ପରୀକ୍ଷା  କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏହାର ପରିଚାଳନା  ପାଇଁ ୧୯ଟି ଟିମ୍‌ ଗଠନ କରିଥିଲା । ଏହି ଟିମ୍‌  ବସ୍ତି ଅଞ୍ଚଳରେ ଘରକୁ ଘର ଯାଇ ନମୂନା ସଂଗ୍ରହ  କରିଥିଲେ । ରୋଗ ନିରୂପଣ ସହ ସମ୍ପୃକ୍ତ ବ୍ୟକ୍ତିର  ଏକ ଡିଜିଟାଲ୍‌ ହେଲଥ୍‌ ପ୍ରୋଫାଇଲ୍‌ ପ୍ରସ୍ତୁତ  ହୋଇପାରିବ । ଆଗାମୀ ଦିନରେ ଉକ୍ତ ପ୍ରୋଫାଇଲ୍‌କୁ  ନେଇ ସ୍ୱତନ୍ତ୍ର ଡାଟାବେସ୍‌ ପ୍ରସ୍ତୁତ କରି ଆଇଡି ତିଆରି  କରାଯିବ । ଏହି ଆଇଡି ଅନୁସାରେ ରିକିତ୍ସା ଏବଂ  ଅନ୍ୟାନ୍ୟ ପ୍ରତିଶେଧକ ବ୍ୟବସ୍ଥା କରାଯିବ ବୋଲି  ସ୍ୱାସ୍ଥ୍ୟ ବିଭାଗର ସୂଚନା । ତେବେ ଏଭଳି ଏକ ଭିନ୍ନ  ପଦକ୍ଷେପ ପାଇଁ ଆରୋଗ୍ୟମ୍‌ ଆଇଏସ୍‌ଓ ପ୍ରମାଣପତ୍ର  ସହ ସ୍କଚ୍‌ ଆୱାର୍ଡ ପ୍ରାପ୍ତ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.