ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଦାରିଙ୍ଗବାଡି ଥାନା ଅଞ୍ଚଳରେ ବଢୁଛି ବାଇକ୍ ଚୋରି, ପୋଲିସର ହାତ ଖାଲି

Published By : Prameya | January 29, 2024 11:54 AM

ଦାରିଙ୍ଗବାଡି, ୨୯/୧ : ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଲୁଟେରାଙ୍କ ପ୍ରାଦୃଭାବ ବଢୁଥିବା ବେଳେ ପୋଲିସର ହାତ ଖାଲି । ଅନେକ ଗାଡ଼ି ଚୋରି ଅଭିଯୋଗ ହୋଇଥିଲେ ସୁଦ୍ଧା ଗୋଟିଏ ଗାଡ଼ିର ମଧ୍ୟ ସନ୍ଧାନ କରିପାରିନାହିଁ ଦାରିଙ୍ଗବାଡି ପୋଲିସ । ପୋଲିସକୁ ଚକମା ଦେଇ ଲୁଟେରା ଲୁଟ୍ ଜାରି ରଖିଛି। ବୁଧବାର ସିମନବାଡ଼ି ପଞ୍ଚାୟତ ଯୁଡ଼ାବାଡ଼ି ଗ୍ରାମର ବିନୋଦ ସାହୁଙ୍କ ଆରଟିଆର ଆପାଚି ବାଇକ୍ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହେବାର ୨ ଦିନରେ ପୁଣି ଯୁଡ଼ବାଡ଼ି ଗ୍ରାମରୁ ଅନ୍ୟ ଏକ ବାଇକ୍ ଚୋରି ହୋଇଛି। 

ରବିବାର ଦିନ ସୁଲୁମାହା ଗ୍ରାମର ପ୍ରଦୀପ ପ୍ରଧାନ ଯୁଡ଼ାବାଡ଼ି ଗ୍ରାମକୁ ଏକ ଶୁଦ୍ଧି କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ସୁପର ସ୍ପେଣ୍ଡର ବାଇକ୍ ଦିନ ସାଢେ ୩ ଟାରେ ଚୋରି କରି ନେଇଯାଇଛନ୍ତି। ଏନେଇ ସେ ଦାରିଙ୍ଗବାଡି ଥାନାରେ ଏତଲା ଦେଇଛନ୍ତି । ପୋଲିସ ସୋମବାର ଦିନ ସିମନବାଡ଼ିରେ ପହଞ୍ଚି ତଦନ୍ତ କରୁଥିବା ବେଳେ ପୋଲିସର ହାତ ଖାଲି । ଏହା ପୂର୍ବରୁ ଶ୍ରାନିକେତା ଗ୍ରାମର ମିନକେତନ ସାହୁର ଗୋଟିଏ ଟ୍ରାକ୍ଟର, ଦାରିଙ୍ଗବାଡିର ମୋହନ ସୁବୁଦ୍ଧିର ଗୋଟିଏ ଟ୍ରାକ୍ଟର ଓ ଆଦିବାସୀ ଗ୍ରାମର ରାଜେଶ ସାହୁଙ୍କ ଦୋକାନ ସାମ୍ନାରୁ ୨୦୭ ପିକଅପ୍ ଗାଡ଼ି ଚୋରି ହୋଇ ଯାଇଥିଲେ ସୁଧା କୌଣସି ସନ୍ଧାନ କରିପାରି ନାହିଁ ପୋଲିସ । ଫଳରେ ସ୍ଥାନୀୟ ଲୋକଙ୍କ ପୋଲିସ ଉପରେ ଭରସା ଉଠି ଯାଇଛି। ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.