ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ବିଜେପି ସାଂସଦଙ୍କ ଦାବି, ମହୁଆ ମୋଇତ୍ର ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ

ନୂଆଦିଲ୍ଲୀ, ୦୮/୧୧: ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ କରିବା ମାମଲାରେ ଟିଏମସି ସାଂଦ ମହୁଆ ମୋଇତ୍ରଙ୍କ ଲାଗି ସମସ୍ୟା ବଢ଼ିବାରେ ଲାଗିଛି । ଦୁର୍ନୀତି ନିରୋଧି କମିଟି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଦାବି କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ସେ ହିଁ ମହୁଆ ମୋଇତ୍ରଙ୍କ ଉପରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରୁଥିବା ଅଭିଯୋଗ ଆଣିଥିଲେ । ମାମଲାରେ ଆଇଟି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଦୁବେ ।

ସୋସିଆଲ୍ ମିଡିଆରେ ଦୁବେ ଲେଖିଛନ୍ତି, ମୋର ଅଭିଯୋଗ ଉପରେ ଆଜି ଲୋକପାଳ ଅଭିଯୁକ୍ତ ସାଂସଦ ମହୁଆଙ୍କୁ ରାଷ୍ଟ୍ରୀୟ ସୁରକ୍ଷାକୁ ବନ୍ଧା ପକାଇ ପହଞ୍ଚାଇ ଦୁର୍ନୀତି କରିବା ଉପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଝାଡ଼ଖଣ୍ଡର ଗୋଡ୍ଡାରୁ ବିଜେପି ସାଂସଦ ଅଛନ୍ତି ନିଶିକାନ୍ତ ଦୁବେ । ଯେତେବେଳେ କି ପଶ୍ଚିମବଙ୍ଗର କୃଷ୍ଣାନଗରରୁ ଟିଏମସି ସାଂସଦ ଅଛନ୍ତି ମହୁଆ ମୋଇତ୍ର ।

କେବଳ ଦିଲ୍ଲୀ ନୁହେଁ, ପଞ୍ଜାବରୁ ବଙ୍ଗୋପସାଗର ଯାଏଁ ଆକାଶ ଧୂଆଁମୟ

ତେବେ ବିଜେପି ସାଂସଦ ଦୁବେ ଆଣିଥିବା ଅଭିଯୋଗକୁ ପ୍ରଥମେ ମିଛ ବୋଲି କହିଥିଲେ ମହୁଆ । ତେବେ ହୀରାନନ୍ଦାନୀଙ୍କ ସ୍ୱୀକାରୋକ୍ତି ପରେ ଏହାକୁ ମହୁଆ ମାନିଥିଲେ । କହିଥିଲେ, ସେ ଆକାଉଣ୍ଟ ଲଗଇନ୍ ପାସୱାର୍ଡ ହୀରାନନ୍ଦାନୀଙ୍କୁ ଦେଇଥିଲେ । ହୀରାନନ୍ଦାନୀଙ୍କୁ ମହୁଆ ନିଜର ପୁରୁଣା ବନ୍ଧୁ କହିଥିଲେ । ତେବେ ଟଙ୍କା ନେଇ ପ୍ରଶ୍ନ କରିଥିବା ଅଭିଯୋଗକୁ ମହୁଆ ଖାରଜ କରିଥିଲେ । 

ଅନ୍ୟପଟେ ମହୁଆ ମୋଇତ୍ରଙ୍କ ପୂର୍ବତନ ପୁରୁଷ ବନ୍ଧୁ ଓ ଓକିଲ ଜୟ ଅନନ୍ତଙ୍କ ଦେହାଦ୍ରଇ ତାଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଆଣିଛନ୍ତି । ସୁପ୍ରିମକୋର୍ଟର ଓକିଲ ଜୟ ଅନନ୍ତ ମଙ୍ଗଳବାର ମହୁଆଙ୍କ ଉପରେ ତାଙ୍କ ଘରେ ଜବରଦସ୍ତି ପଶିବା ଓ ଧମକାଇବା ଅଭିଯୋଗ ଆଣିଛନ୍ତି । ଏନେଇ ଦିଲ୍ଲୀର ହୌଜଖସ୍ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଏହା ପୂର୍ବରୁ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲେ ଦେହାଦ୍ରଇ ।

ଭାରତରେ ତିଆରି ହେବ ଇସ୍ରାଏଲର ମାରାତ୍ମକ ଡ୍ରୋନ୍, ନିର୍ମାଣ କରିବ ଆଡାନୀ ଡିଫେନ୍ସ

କିଛିଦିନ ତଳେ ଓକିଲ ଜୟ ଅନନ୍ତ ହିଁ ମହୁଆ ଲାଞ୍ଚ ନେଇ ପ୍ରଶ୍ନ କରୁଥିବା ସିବିଆଇ ଓ ନିଶିକାନ୍ତ ଦୁବେଙ୍କୁ ଚିଠି ଲେଖିଥିଲେ । କହିଥିଲେ ପ୍ରଶ୍ନ ପାଇଁ ମହୁଆ, ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଛନ୍ତି । ଆଉ ଏଭିଯୋଗ ପରେ ହିଁ ମହୁଆ ମୋଇତ୍ରଙ୍କ ବିରୋଧରେ ସଂସଦର ଏଥିକ୍ସ କମିଟି ଯାଞ୍ଚ ଆରମ୍ଭ କରିଥିଲା ।

ମାମଲାରେ ମହୁଆ ୨ ନଭେମ୍ବରରେ ସଂସଦୀୟ ଏଥିକ୍ସ କମିଟିରେ ହାଜର ହୋଇଥିଲେ । କମିଟିରେ ହାଜର ହେବା ସହ ତାଙ୍କୁ ଅପମାନଜନକ ପ୍ରଶ୍ନ କରାଯାଇଥିବା ଅଭିଯୋଗ କରିଥିଲେ ମହୁଆ । ଏହାପରେ କମିଟିର ଅଧ୍ୟକ୍ଷ କହିଥିଲେ, ପ୍ରଶ୍ନରୁ ରକ୍ଷା ପାଇବା ଲାଗି ମହୁଆ ହଙ୍ଗାମା କରୁଛନ୍ତି । ଏବେ କମିଟି ନଭେମ୍ବର ୯ରେ ବୈଠକ ଡାକିଛି । 

Copyright © 2022 - Summa Real Media Private Limited. All Rights Reserved.