ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୀଘ୍ର ଲାଗୁ ହେବ ନୂଆ ନିୟମ, ଏହି ରାଜ୍ୟରେ ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

CGBSE To Conduct 10th 12th Exam Twice A Year Rules Implemented

ନୂଆଦିଲ୍ଲୀ, ୨୭/୦୨: ମାଟ୍ରିକ୍ ଓ ଦ୍ୱାଦଶ ପଢ଼ୁଥିବା ଛାତ୍ରଛାତ୍ରୀ ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା ଦେବେ । ଏନେଇ ଫେବ୍ରୁଆରୀ ୨୭ ମଙ୍ଗଳବାର ସୂଚନା ଦେଇଛି ଛତିଶଗଡ଼ ମାଧ୍ଯମିକ ଶିକ୍ଷା ବୋର୍ଡ (CGBSE) । ଛତିଶଗଡ଼ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧିନରେ ଥିବା ସ୍କୁଲରେ ୨ ଥର ବୋର୍ଡ ପରୀକ୍ଷା ହେବ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି । 

ତେବେ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା ହେବାକୁ ଥିବା ଏହା ଆଗାମୀ ଶିକ୍ଷା ବର୍ଷରୁ ଲାଗୁ ହେବ କି ? ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଜାରି ନିର୍ଦ୍ଦେଶନାମା ଅନୁଯାୟୀ ପ୍ରଥମ ପରୀକ୍ଷା ମାର୍ଚ୍ଚ ଏବଂ ଦ୍ୱିତୀୟ ପରୀକ୍ଷା ଜୁନ୍-ଜୁଲାଇରେ ଆୟୋଜିତ କରାଯିବ । ତେବେ ପ୍ରଥମ ପରୀକ୍ଷା ଲାଗି ପୂର୍ବରୁ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀ ହିଁ ଦ୍ୱିତୀୟ ପରୀକ୍ଷା ଲାଗି ଆବେଦନ ଫର୍ମ ଭରି ପାରିବେ । କିନ୍ତୁ ବିଷୟରେ କୌଣସି ପରିବର୍ତ୍ତନ କରି ପାରିବେ ନାହିଁ ।

ସମସ୍ତ ବିଷୟରେ ଉତ୍ତୀର୍ଣ୍ଣ ହୋଇ ନଥିବା ଛାତ୍ରଛାତ୍ରୀ, ପରୀକ୍ଷା ଦେଇ ପାରି ନଥିବା ପରୀକ୍ଷାର୍ଥୀ, ସମସ୍ତ ବିଷୟରେ ଗ୍ରେଡ୍ ବଢ଼ାଇବାକୁ ଚାହୁଁଥିବା ବିଦ୍ୟାର୍ଥୀ ଦ୍ୱିତୀୟ ପରୀକ୍ଷା ଦେଇ ପାରିବେ । ସେହିଭଳି ପ୍ରଥମ ପରୀକ୍ଷାରେ ସମସ୍ତ ବିଷୟରେ ପାସ୍ ହୋଇଥିବା ଛାତ୍ରଛାତ୍ରୀ କୌଣସି ଏକ ବିଷୟର ମାର୍କରେ ସୁଧାର ପାଇଁ ଆବେଦନ କରି ପାରିବେ ।

ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ୨୦୨୫-୨୬ ଶିକ୍ଷା ବର୍ଷରୁ ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା ଦେବାକୁ ମାଟ୍ରିକ୍ ଓ ଦ୍ୱାଦଶ ବିଦ୍ୟାର୍ଥୀଙ୍କୁ ବିକଳ୍ପ ମିଳିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ଘୋଷଣା ଛତିଶଗଡ଼ରେ ପିଏମ୍ ଶ୍ରୀ ଆରମ୍ଭ ସମୟରେ କରିଥିଲେ । ଯୋଜନା ଅନୁସାରେ, ରାଜ୍ୟର ୨୧୧ଟି ବିଦ୍ୟାଳୟର ଉନ୍ନତିକରଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.