କଟକ,୧୭/୧୧: ଚଳିତ ବର୍ଷ ବାଲିଯାତ୍ରାକୁ ସ୍ୱଚ୍ଛତା ରଖିବା ଦିଗରେ ସିଏମ୍ସି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଏଥର ବାଲିଯାତ୍ରାରେ ବଡ ବଡ ବ୍ୟବସାୟୀଙ୍କୁ ଡଷ୍ଟବିନ୍ ପ୍ରଦାନ କରିବ ସିଏମ୍ସି । ସେମାନଙ୍କୁ ଠାରୁ ପ୍ରତ୍ୟେହ ଆବର୍ଜନା ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ପ୍ଲାଷ୍ଟିକ୍ ଜାତୀୟ ସାମଗ୍ରୀ ସଂଗ୍ରହକୁ ମଧ୍ୟ ବ୍ୟାପକ କରାଯାଇଛି ।
ପ୍ରତିବର୍ଷ ବାଲିଯାତ୍ରା ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସିଏମ୍ସି ପକ୍ଷରୁ ଏ ବର୍ଷ ବଡ ବଡ ଦୋକାନୀଙ୍କୁ ଡଷ୍ଟବିନ୍ ଯୋଗାଇ ଦିଆଯିବ । ଦୋକାନୀମାନେ ବଡ ବ୍ୟାଗ୍ରେ ଅଳିଆ ସଂଗ୍ରହ କରି ହସ୍ତାନ୍ତର କରିବେ । ପଡିଆରେ ପ୍ଲାଷ୍ଟିକ୍ ଜାତୀୟ ପଦାର୍ଥ ସଂଗ୍ରହ କରାଯିବ । ଏଥିପାଇଁ ୨୧ଟି ଷ୍ଟଲ୍ ହେବ । ପ୍ରତି ଷ୍ଟଲ୍ରେ ସ୍ୱଚ୍ଛସାଥୀମାନେ ୨ଟି ପର୍ଯ୍ୟାୟରେ ନିଯୁକ୍ତି ହେବେ । ତା ସହିତ ଷ୍ଟଲ୍ରେ ଏସ୍ଏଚ୍ଜି ନାମ ଲୋଗୋର ବ୍ୟାଗ୍ ବିକ୍ରି କରାଯିବ ।