ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୬ଟି ମଲ୍ଟି ଟ୍ରାକ୍ ପ୍ରକଳ୍ପକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୧୨ ହଜାର ୩୪୩ କୋଟି

ନୂଆଦିଲ୍ଲୀ, ୦୮/୦୨: ରେଲୱେ ଟ୍ରାକରେ ଟ୍ରାଫିକ୍ ବା ଭିଡ଼ କମାଇବା ସହ ଟ୍ରେନ୍ ସଂଖ୍ୟା ବଢ଼ାଇବା ଲାଗି ମୋଦି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ଭାରତୀୟ ରେଲୱେର ୬ଟି ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ ଦେଇଛି ।

ଏହି ମଲ୍ଟି ଟ୍ରାକ୍ ପ୍ରକଳ୍ପ ଜରିଆରେ ରେଲୱେ ଟ୍ରାକରେ ରେଳ ଯାତ୍ରାକୁ ସହଜ, ସୁବିଧାଜନକ କରାଯିବା ସହ ୟାତାୟତ ଓ ପରିବହନ ଖର୍ଚ୍ଚ ହ୍ରାସ ପାଇବ । ତୈଳ ଆମଦାନୀ କମିବା ସହ ପ୍ରଦୂଷଣ ମାତ୍ର ଖସିବ । ଗୁରୁବାର ବସିଥିବା ବୈଠକରେ ୬ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଯେଉଁଥିପାଇଁ ୧୨ ହଜାର ୩୪୩ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରକଳ୍ପ ଲାଗି ସମସ୍ତ ଅର୍ଥ ଖର୍ଚ୍ଚ କରିବେ କେନ୍ଦ୍ର ସରକାର ।

ଭାରତୀୟ ରେଲୱେର ସବୁଠୁ ବ୍ୟସ୍ତବହୁଳ ସେକ୍ସନରେ ମଲ୍ଟି ଟ୍ରାକ୍ ଜରିଆରେ ଭିଡ଼ କମାଇବା ସହ ଟ୍ରେନ୍ ପରିଚାଳନା ଉପଯୋଗୀ ସାବ୍ୟସ୍ତ ହେବ । ଏହି ୬ଟି ମଲ୍ଟି ଟ୍ରାକ୍ ପ୍ରକଳ୍ପ ରାଜସ୍ଥାନ, ଆସାମ, ତେଲଙ୍ଗାନା, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ନାଗାଲାଣ୍ଡର ୧୮ ଜିଲ୍ଲା ଦେଇ ଯିବ । ଏହାଦ୍ୱାରା ରେଲୱେର ବର୍ତ୍ତମାନ ଟ୍ରାକ୍ ଆଉ ୧୦୨୦ କିଲୋମିଟର ବଢ଼ିଯିବ । ୩ କୋଟି ଶ୍ରମ ଦିବସ ପାଖାପାଖି ରୋଜଗାର ଉକ୍ତ ରାଜ୍ୟର ଲୋକଙ୍କୁ ମିଳିବ ।

ମଲ୍ଟି ମୋଡାଲ୍ କନେକ୍ଟିଭିଟି ପାଇଁ ପିଏମ୍ ଗତିଶକ୍ତି ନ୍ୟାସନାଲ୍ ମାଷ୍ଟର ପ୍ଲାନ୍ ପ୍ରକାରେ ଏହି ପ୍ରକଳ୍ପ କାର୍ଯ୍ୟ ହେବ । ଯାତ୍ରୀଙ୍କ ସହ ମାଲ ପରିବହନ ପାଇଁ ଏହା ବ୍ୟବହାର କରାଯିବ । ଏହି ରେଲୱେ ଟ୍ରାକରେ ଖାଦ୍ୟ ବସ୍ତୁରୁ ନେଇ କୋଇଲା, ଲୁହା, ଇସ୍ପାତ ପରିବହନ କରାଯାଇ ପାରିବ । ମଲ୍ଟି ଟ୍ରାକିଂ ଦ୍ୱାରା ମାଲବାହୀ ପରିବହନ ବଢ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.