ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାଇକ ଧକ୍କା ପରେ ସାଇକେଲ ଆରୋହୀଙ୍କ ଉପରେ ମାଡିଗଲା ପୁଲିସ ଭ୍ୟାନ

ମାଲକାନଗିରି,୨୯।୨ : ମାଲକାନଗିରି ଜିଲ୍ଲା ସଦର ମହାକୁମା ଠାରେ ଏକ ସାଇକେଲକୁ ବାଇକ ଧକ୍କା ଦେବା ପରେ ପୁଲିସ ଭ୍ୟାନ ମାଡିଯିବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ସାଇକେଲ ଆରୋହୀ ଜଣକ ହେଲେ ମାଲକାନଗିରି ଥାନାସ୍ଥ ଏମଭି ୩ ଗ୍ରାମର ବିଜୟ ମୁର୍ମୁ(୪୬) ।

 ମାଲକାନଗିରି ଥାନାସ୍ଥ ଏମଭି ୩ ଗ୍ରାମର ବିଜୟ ମୁର୍ମୁ(୪୬) ମାଲକାନଗିରି ବଜାରକୁ କୌଣସି ଏକ କାମରେ ବୁଧବାର ଆସିଥିଲେ। ସେ କାମ ସାରି ନିଜ ଘରକୁ ଫେରୁ ଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥ ମାଲକାନଗିରି ସହର ୟୁନିୟନ ବ୍ୟାଙ୍କ ସାମ୍ନାରେ ପ୍ରଥମେ ଏକ ମଟର ସାଇକେଲ ସହିତ ସାଇକେଲ ଧକ୍କା ଲାଗି ବିଜୟ ତଳେ ପଡିଯାଇଥିଲେ। ଠିକ ସେହି ସମୟରେ ସେହି ରାସ୍ତା ରେ ଏକ ପୁଲିସ ଭ୍ୟାନ ( ନଂ ଓ ଡି ୦୫ଏନ ୦୦୪୧) ଆସିଥିଲା। ଭ୍ୟାନ ର ପଛଚକ ତଳେ ବିଜୟ ପଡି ଯାଇ ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ପୁଲିସ  ଜିଲ୍ଲା ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ। ହସ୍ପିଟାଲ ରେ ଡାକ୍ତର ବିଜୟ ମୁର୍ମୁଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଏମଭି ୨ ଗ୍ରାମର ବିଜୟ ଙ୍କ ସଡୁଭାଇ ରାଜେନ ମାର୍ଡି ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇ ଘଟଣାର ତଦନ୍ତ କରିବା ସହିତ ମୃତ ପରିବାରଙ୍କୁ କ୍ଷତିପୂରଣ ଦେଵା ପାଇଁ ଦାବି କରିଛନ୍ତି। ମାଲକାନଗିରି ଥାନା ପୁଲିସ ପକ୍ଷରୁ ଗାଡି ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ଆହୁରି ପଢନ୍ତୁ : ଅଙ୍ଗନବାଡି କେନ୍ଦ୍ର ଓ ମିନି ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ଦରମା ବଢିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.