ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ରୋହିତଙ୍କୁ ନେତୃତ୍ୱ ପାଇଁ ବାଧ୍ୟ କରିଥିଲି: ଗାଙ୍ଗୁଲି

ଅହମ୍ମଦାବାଦ,୧୧/୧୧: ଚଳିତ ବିଶ୍ୱକପ୍‌ରେ ଟିମ  ଇଣ୍ଡିଆର ଦମ୍‌ଦାର ପ୍ରଦର୍ଶନକୁ ନେଇ ଅଧିନାୟକ ରୋହିତ ଶର୍ମା ବେଶ୍‌ ପ୍ରଶଂସିତ ହେଉଛନ୍ତି । ତାଙ୍କ ବିଚକ୍ଷଣ ରଣ କୌଶଳ ବଳରେ ଭାରତ ଲିଗ୍‌ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ବ୍ୟାଟର ଭାବେ ତାଙ୍କ ନିଃସ୍ୱାର୍ଥପର ଖେଳ ବହୁ ପୂର୍ବତନ କ୍ରିକେଟ୍‌ ଖେଳାଳିଙ୍କୁ  ପ୍ରଭାବିତ କରିଛି । ଅଧିନାୟକ ନିଯୁକ୍ତ ହେବା ଦିନଠୁ ରୋହିତ ବାରମ୍ବାର ସମାଲୋଚିତ ହୋଇ ଆସୁଥିଲେ । ସୋସିଆଲ ମିଡ଼ିଆରେ ତାଙ୍କୁ ନିନ୍ଦା କରାଯାଉଥିଲା ଓ ଫିଟ୍‌ନେସ୍‌କୁ ନେଇ କଟାକ୍ଷ କରାଯାଉଥିଲା । ମାତ୍ର ବିଶ୍ୱକପ୍‌ରେ ସେ ଧୂଆଁଧାର ବ୍ୟାଟିଂ କରି ସବୁ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।  

ରୋହିତଙ୍କ ନେତୃତ୍ୱ ଉପରେ ପୂର୍ବତନ ଖେଳାଳି ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଦେଇଥିବା ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ରୋହିତ  ପ୍ରଥମେ ନେତୃତ୍ୱ ନେବାକୁ ଚାହୁଁନଥିବା ଗାଙ୍ଗୁଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ସଭାପତି ଥିବାବେଳେ ରୋହିତଙ୍କୁ ନେତୃତ୍ୱ ନେବା ପାଇଁ ପ୍ରସ୍ତାବ ଦେଇଥିଲି । ବିରାଟ କୋହଲିଙ୍କ ପରେ ରୋହିତ ହିଁ ଭାରତୀୟ ଦଳର ନେତୃତ୍ୱ ନେବା ପାଇଁ ଉପଯୁକ୍ତ ବୋଲି ମୁଁ ଅନୁଭବ କରୁଥିଲି । ସେ  ପ୍ରଥମେ ମୋ ପ୍ରସ୍ତାବରେ ରାଜି ହୋଇ ନଥିଲେ । ବ୍ୟସ୍ତପୂର୍ଣ୍ଣ  କ୍ରିକେଟ୍‌ ସୂଚୀ, ଆଇପିଏଲ୍‌ ଟିମ୍‌ର ନେତୃତ୍ୱ ଆଦି ଆଳ  ଦେଖାଇଥିଲେ । ମାତ୍ରାଧିକ ଦାୟିତ୍ୱ ନେଇ ସେ ଭାରାକ୍ରାନ୍ତ  ହେବାକୁ ଚାହୁଁନଥିବା ମୋତେ କହିଥିଲେ । ମାତ୍ର ମୁଁ ତାଙ୍କୁ  ବାଧ୍ୟ କରାଇଥିଲି । 

କହିଥିଲି, ‘ମୋ କଥାରେ ରାଜି ହୁଅ,  ନଚେତ ତୁମେ ନୂଆ ଅଧିନାୟକ ବୋଲି ମୁଁ ଆସନ୍ତା କାଲି  ଗଣମାଧ୍ୟମ ନିକଟରେ ଘୋଷଣା କରିବି ।’ ପରେ ସେ ମୋ  ପ୍ରସ୍ତାବରେ ରାଜି ହୋଇଥିଲେ । ଆଜି ତାଙ୍କ ନେତୃତ୍ୱ ଦେଖି  ମୁଁ ବେଶ୍‌ ଖୁସି ଅନୁଭବ କରୁଛି ।

Copyright © 2022 - Summa Real Media Private Limited. All Rights Reserved.