ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

କଙ୍ଗନା ରଣାୱତ ଆଣ୍ଟି ଚିଟିଂ ବିଲ୍‌ ଉପରେ ଲେଖିଲେ ପୋଷ୍ଟ , ଭୁଲ୍‌ ଜାଣିବା ପରେ କଲେ ଡିଲିଟ୍‌

ମୁମ୍ୱାଇ : କଙ୍ଗନା ରଣାୱତ ସେହି ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଯିଏ ନିଜ କଥାରୁ ପଛକୁ ହଟନ୍ତି ନାହିଁ। ସୋସିଆଲ ମିଡ଼ିଆରେ ରାଜନୀତିକ ଓ ସାମାଜିକ ମାମଲାରେ ନିଜର ପ୍ରତିକ୍ରିୟା ରଖିଥାନ୍ତି। ରବିବାର ସେ ଆଣ୍ଟି ଚିଟିଙ୍ଗ୍‌ ବିଲ୍‌ ଉପରେ କିଛି ଏମିତି ଲେଖିଛନ୍ତି ଯେ, ପରେ ତାଙ୍କୁ ଏହି ପୋଷ୍ଟକୁ ଡିଲିଟ୍‌ କରିବାକୁ ପଡ଼ିଲା। 

ଆଣ୍ଟି ଚିଟିଙ୍ଗ୍‌ ବିଲ୍‌କୁ ନିକଟରେ ଲୋକସଭାରେ ପାରିତ କରାଯାଇ ଥିଲା। ଏହି ବିଲ୍‌ ପବ୍ଲିକ୍‌ ପରୀକ୍ଷା ଗୁଡ଼ିକରେ କପି ବା ନକଲ ରୋକିବା ପାଇଁ ନିଆଗଲା। କଙ୍ଗନା ଏକ ମିମ୍ ପେଜ୍‌କୁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ରି-ସେୟାର କରିଛନ୍ତି , ଯେଉଁଥିରେ ରିଲେସନସିପ୍‌ରେ ଧୋକାର କଥା ଲେଖାଯାଇ ଥିଲା। କଙ୍ଗନା ପୋଷ୍ଟକୁ ସଠିକ୍‌ ଭାବି ନେଲେ ଏବଂ ଏହାକୁ ସେୟାର କରି ଦେଲେ।

କଙ୍ଗନା ମିମ୍‌ ପେଜ୍‌କୁ ସଠିକ୍‌ ଭାବି ଏହାକୁ ସବୁଠୁ ଜରୁରି ବିଲ୍‌ କହିଛନ୍ତି। ସେ ପୋଷ୍ଟରେ ଷ୍ଟାରଙ୍କର ପତ୍ନୀଙ୍କ ଉପରେ ମଧ୍ୟ କଟାକ୍ଷ କରିଛନ୍ତି ଏବଂ ଲେଖିଛନ୍ତି ତାଙ୍କୁ ସରକାରଙ୍କୁ ଧନ୍ୟବାଦ ଦେବା ଉଚିତ୍‌। କଙ୍ଗନା ମିମ୍‌ ପେଜକୁ ସେୟାର କରି ଲେଖି ଥିଲେ, ରାମ ରାଜ୍ୟରେ ଆପଣଙ୍କୁ ସ୍ୱାଗତ। ସବୁ ସେଲିବ୍ରେଟଙ୍କ ପତ୍ନୀ ସରକାରଙ୍କୁ ଧନ୍ୟବାଦ ଦେଇ ପାରିବେ। ପରେ ସେ ହାତ ଯୋଡ଼ିଥିବାର ଇମୋଜି ଦେଇଥିଲେ। 

କଙ୍ଗନା ଯେଉଁ ପୋଷ୍ଟ ସେୟାର କରିଥିଲେ ଏଥିରେ ଲେଖି ଥିଲେ, ଲୋକସଭା ନିକଟରେ ଆଣ୍ଟି ଚିଟ୍‌ ବିଲ୍‌ ପାରିତ କରିଥିଲେ ଯାହାକି ଏକ ଅଦ୍ଭୁତପୂର୍ବ ପଦକ୍ଷେପ। ଭାରତରେ ରିଲେସନସିପ୍‌କୁ ନେଇ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ। ଏହି ଆଇନରେ ସଂପର୍କରେ ପ୍ରତାରଣା କରି ଧରାପଡ଼ି ଥିବା ବ୍ୟକ୍ତିଙ୍କ ଉପରେ କଠୋର ସଜାର ପ୍ରାବଧାନ ରହିଛି, ଯେଉଁଥିରେ ୧୦ ବର୍ଷର ଜେଲ ଦଣ୍ଡର କଠିନ ଦଣ୍ଡ ଓ ୧କୋଟି ଟଙ୍କାର ବଡ଼ ଜୋରିମନା ସାମିଲ ଅଛି। 

ଆଗକୁ ଡିସ୍କଲମେର ଲେଖାଯାଇଛି , ଏହା ରିୟଲ ନ୍ୟୁଜ୍‌ ନୁହେଁ ଏବଂ ସଂପୂର୍ଣ୍ଣ ରୂପେ ମଜାଳିଆ ପୋଷ୍ଟ । ଏହି ପୋଷ୍ଟର ଉଦ୍ଦେଶ୍ୟ ମନୋରଞ୍ଜନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.