ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫିଲ୍ମ ଇଣ୍ଡଷ୍ଟ୍ରିରେ ହୋଇଛି ବଡ ପରିବର୍ତ୍ତନ, ବିବାହ ଓ କ୍ୟାରିୟକୁ ନେଇ ଏମିତି କିଛି କହିଲେ କିଆରା

ନୂଆଦିଲ୍ଲୀ ୨୬/୦୨: କିଆରା ଆଡଭାନି ଏବେ ବଲିଉଡ୍‌ର ଆଗଧାଡି଼ର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ‘କବୀର ସିଂହ’, ‘ଗୁଡ୍‌ ନ୍ୟୁଜ୍‌’, ‘ଶେରଶାହ’ ଭଳି ଫିଲ୍ମରେ ତାଙ୍କର ଉଚ୍ଚକୋଟୀର ଅଭିନୟକୁ ସମସ୍ତେ ଭୂରିଭୂରି ପ୍ରଶଂସା କରିଥିଲେ । ଗତବର୍ଷ ସେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଇତିମଧ୍ୟରେ ଏକ ସାକ୍ଷାତକାରରେ କିଆରା ନିଜର ବିବାହ ଓ କ୍ୟାରିୟରକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି । 

ସେ କହିଛନ୍ତି, ଆଗରୁ ବିବାହ ପରେ ଅଭିନେତ୍ରୀମାନଙ୍କର କ୍ୟାରିୟର ନେଇ ପ୍ରଶ୍ନବାଚୀ ଦେଖାଯାଉଥିଲା । ଏବେ କିନ୍ତୁ ଅଭିନେତ୍ରୀ ବିବାହିତ କି ନୁହଁନ୍ତି ତାହା ଆମର ଦର୍ଶକଙ୍କୁ କୌଣସି ଫରକ ପକାଉନାହିଁ । ଆଜି ଆମ ଇଣ୍ଡଷ୍ଟ୍ରିରେ ବିବାହିତା ଅଭିନେତ୍ରୀମାନେ ଶୀର୍ଷରେ ଅଛନ୍ତି । ବିବାହ ପରେ ମୁଁ ମଧ୍ୟ କ୍ୟାରିୟରର ଦୁଇଟି ବଡ଼ ଫିଲ୍ମ କରିବାକୁ ଚୁକ୍ତିବଦ୍ଧ ହୋଇଛି । ଏହା ସମୟ ବଦଳିଯିବାର ସଙ୍କେତ ଦେଉଛି । ସତ କହିବାକୁ ଗଲେ ଏହା ଏକ ବହୁତ ବଡ଼ ସକରାତ୍ମକ ପରିବର୍ତ୍ତନ । କିଆରାଙ୍କୁ ଆଗକୁ ରଣବୀର ସିଂହଙ୍କ ସହିତ ‘ଡନ୍‌-୩’ରେ ଦେଖିବାକୁ ମିଳିବ । ସେଥିରେ ପ୍ରଥମ ଥର ଲାଗି ଆକ୍ସନ୍‌ କରିବାର ଦେଖିବାକୁ ମିଳିବେ ସେ । ‘ଡନ୍‌-୩’ ଛଡ଼ା ଏକ ତେଲଗୁ ଫିଲ୍ମ ‘ଗେମ୍‌ଚେଞ୍ଜର’ରେ ବି ସେ ନଜର ଆସିବେ । ସେହି ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ରାମଚରଣ ତାଙ୍କ ବିପକ୍ଷରେ ଅଭିନୟ କରିବେ । ସେହିପରି ‘ୱାର-୨’ରେ ବି କିଆରା ନଜର ଆସିବେ । ସେହି ଫିଲ୍ମରେ ଜୁନିଅର ଏନ୍‌ଟିଆର ଏବଂ ହ୍ରିତ୍ୱିକ ରୋଶନ୍‌ ତାଙ୍କ ସହ ସ୍କ୍ରିନ ଶେୟାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.