ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ପୁରୁଷ ଏସିଆନ୍‌ ୫ଏସ୍‌ ହକି: ସୁଟ୍‌ ଆଉଟ୍‌ରେ ହାରିଲା ପାକିସ୍ତାନ୍, ଭାରତ ଚାମ୍ପିଅନ୍

ନୂଆଦିଲ୍ଲୀ,୦୩/୦୯: ଓମାନ ଠାରେ ଆୟୋଜିତ ପୁରୁଷ ଏସିଆନ୍‌ ୫ଏସ୍‌ ହକିର  ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିଅନ୍‌ ଆଖ୍ୟା  ଅର୍ଜନ କରିଛି । ଶନିବାର ଅନୁଷ୍ଠିତ ଫାଇନାଲ୍‌  ମୁକାବିଲାରେ ଦଳ ସୁଟ୍‌ ଆଉଟ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୪ (୨-୦) ଗୋଲ୍‌ରେ ପରାସ୍ତ କରିଥିଲା । ଟାଇଟଲ୍‌ ସଫଳତା ସହ  ଭାରତୀୟ ଦଳ ଆଗାମୀ ୨୦୨୪ ୫ଏସ୍‌ ହକି  ବିଶ୍ୱକପ୍‌ (ଓମାନ)କୁ ଯୋଗ୍ୟତା ଅର୍ଜନ କରିଛି । 

ଶନିବାର ଭାରତ-ପାକିସ୍ତାନ ମ୍ୟାଚ୍‌ କଡ଼ା  ସଂଘର୍ଷପୂର୍ଣ୍ଣ ହୋଇଥିଲା । ପଞ୍ଚମ ମିନିଟ୍‌ରେ ପାକିସ୍ତାନ ଗୋଲ୍‌ ଖାତା ଖୋଲିଥିଲା । ଅବଦୁଲ ରେହମାନ ଏହି ଗୋଲ୍‌ଟି ସ୍କୋର କରିଥିଲେ । ଏହାର ୨ମିନିଟ୍‌ ମଧ୍ୟରେ ଯୁଗରାଜ ସିଂ (ସପ୍ତମ) ଙ୍କ ଗୋଲ୍‌ ବଳରେ ଭାରତ ସ୍ଥିତି ୧-୧ରେ ବରାବର  କରିଥିଲା । ପରବର୍ତ୍ତୀ ୩ମିନିଟ୍‌ ମଧ୍ୟରେ ମନିନ୍ଦର  ସିଂହ (ଦଶମ) ଗୋଟିଏ ଦର୍ଶନୀୟ ଗୋଲ୍‌  କରି ଭାରତକୁ ଅଗ୍ରଣୀ ପ୍ରଦାନ କରିଥିଲେ । ଏହାପରେ ପାକିସ୍ତାନ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା । ୧୩ମିନିଟ୍‌ରେ ଅବଦୁଲ ରାଣା ଓ ୧୪ ମିନିଟ୍‌ରେ  ଜିକ୍‌ରିୟା ହାୟତ ୨ଟି ଗୋଲ୍‌ କରିବା ଫଳରେ  ପାକିସ୍ତାନ ୩-୨ରେ ଆଗେଇ ଥିଲା । ପରେ ପରେ  ଅର୍ଶଦ ଲିଆକତ୍‌ (୧୯) ଆଉଏକ ଗୋଲ୍‌ କରି  ପାକିସ୍ତାନର ସ୍ଥିତି ଦୃଢ଼ କରିଥିଲେ । ହେଲେ  ଭାରତର ମହମ୍ମଦ ରାହିଲ ୧୯ ଓ ୨୬ମିନିଟ୍‌ରେ  ଡବଲ୍‌ ଗୋଲ୍‌ କରିବା ଫଳରେ ମ୍ୟାଚ୍‌ ୪-୪ରେ ଅମୀମାଂସିତ ରହିଥିଲା । ଏହାପରେ ସୁଟ୍‌  ଆଉଟ୍‌ରେ ଭାରତ ପକ୍ଷରୁ ଗୁରଜୋତ ସିଂହ ଓ  ମନିନ୍ଦର ସିଂହ ଗୋଲ୍‌ ସ୍କୋର କରିଥିବାବେଳେ ପାକିସ୍ତାନର ୨ଟି ଯାକ ପ୍ରୟାସ ବିଫଳ ଯାଇଥିଲା । 

ହକି ଇଣ୍ଡିଆର ପୁରସ୍କାର ଘୋଷଣା: ହକି  ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଭାରତୀୟ  ଦଳକୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ରାଶି  ଘୋଷଣା କରିଛନ୍ତି । ହକି ଇଣ୍ଡିଆ ପକ୍ଷରୁ ଚାମ୍ପିଅନ୍‌  ଦଳର ପ୍ରତି ଖେଳାଳିଙ୍କୁ ୨ଲକ୍ଷ ଏବଂ ସହକାରୀ  ଷ୍ଟାଫ୍‌ଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ  କରାଯିବ । ଶ୍ରୀ ତିର୍କୀ କହିଛନ୍ତି, ଓମାନରେ ଭାରତୀୟ  ଦଳ ସ୍ୱର୍ଣ୍ଣ ପଦକ ଜିତିବା ସହ ୨୦୨୪ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଛି । ଦଳର ପ୍ରଦର୍ଶନ ବେଶ୍‌  ପ୍ରଶଂସନୀୟ ରହିଥିଲା । ଆଗାମୀ ବିଶ୍ୱକପ୍‌ରେ ଦଳ  ଏହି ପ୍ରଦର୍ଶନକୁ ଦୋହରାଇବ ମୋର ଆଶା ।’

prameya
India champs

Copyright © 2022 - Summa Real Media Private Limited. All Rights Reserved.